ନାରୀ ସୁରକ୍ଷା ପାଇଁ ଆମେ ରାଜନୀତିକୁ ପ୍ରଶ୍ରୟ ଦେବା ଅନୁଚିତ: ମୋଦୀ
ନୂଆଦିଲ୍ଲୀ: କୌଣସି ଦୁଷ୍କର୍ମକାରୀ ନିସ୍ତାର ପାଇବେ ନାହିଁ। ନାରୀ ସୁରକ୍ଷା ପାଇଁ ଆମେ ରାଜନୀତିକୁ ପ୍ରଶ୍ରୟ ଦେବା ଅନୁଚିତ। ଦେଶବାସୀଙ୍କୁ ମୁଁ ନିର୍ଭର ପ୍ରତିଶ୍ରୁତି ଦେଉଛି, କୌଣସି ଦୋଷୀ ତ୍ରାହି ପାଇବେ ନାହିଁ। ସମସ୍ତ ସାମର୍ଥ୍ୟ ଲଗାଇ ଆଇନ ଏ ଘଟଣାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ। ମଣିପୁରୀ କନ୍ୟାମାନଙ୍କ ପ୍ରତି ହୋଇଥିବା ଭ୍ୟବିଚାର କ୍ଷମଣୀୟ ନୁହେଁ ବୋଲି ଆଜି ସଂସଦର ମୌସୁମୀ ଅଧିବେଶନ ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।।ସେ କହିଛନ୍ତି, ରାଜସ୍ଥାନ ହେଉ, ମଣିପୁର ହେଉ ଅଥବା ଛତିଶଗଡ଼ ହେଉ, ନାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି। ନାରୀ ସୁରକ୍ଷା ନିମନ୍ତେ ଆମେ ରାଜନୀତି କରିବା ଅନୁଚିତ।
ଉଲ୍ଲେଖଯୋଗ୍ୟ, ମଣିପୁରରେ ଦଳେ ବ୍ୟକ୍ତି ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରୁଛନ୍ତି।




user1 