କେମିତି ହୋଇଥିଲା ନନ୍ଦନକାନନ ?

କେମିତି ହୋଇଥିଲା ନନ୍ଦନକାନନ ?

୧୯୬୦ରେ ଦିଲ୍ଲୀରେ ବିଶ୍ୱ କୃଷିମେଳା ଅନୁଷ୍ଠିତ ହୋଇଥିଲା  । ଏହି ମେଳାକୁ ଓଡ଼ିଶାରୁ କିଛି ବନ୍ୟଜନ୍ତୁଙ୍କୁ ନିଆଯାଇଥିଲା  । ଓଡ଼ିଶା ଫେରିବା ପରେ ସେତେବେଳର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଚିଡ଼ିଆଖାନା ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଥିଳେ  । ପ୍ରଥମେ ଖଣ୍ଡଗିରି ନିକଟସ୍ଥ ଘାଟିକିଆରେ ଏହା କରିବାକୁ ବିଚାର ହୋଇଥିଲା  । ତେବେ ସେଠାରେ ପାଣିର ଅଭାବ ଯୋଗୁଁ କାଞ୍ଜିଆ ହ୍ରଦ ନିକଟରେ ଥିବା ଜୁଝାଗଡ଼କୁ ବଛା ଯାଇଥିଲା  । ଜୁଝାଗଡ଼ରେ ଜୀବ ଉଦ୍ୟାନ ଓ କୃଷ୍ଣସାଗର ଫରେଷ୍ଟ ବ୍ଳକରେ ଉଦ୍ଭିଦ ଉଦ୍ୟାନ କରାଯାଇଥିଲା  । ୧୯୬୪ରେ କୋଲକାତାର ଆଲିପୁର ଚିଡ଼ିଆଖାନାରୁ ବାଘ ଓ ସିଂହ ଆସିଥିଲା  । ୧୯୮୧ରେ ଏହାକୁ ନନ୍ଦନକାନନ ଜୀବ ଉଦ୍ୟାନ ଭାବେ ନାମିତ କରାଯାଇଥିଲା  ।