ବିପଦକୁ ଡାକିଆଣେ ଲିପ୍‌ ବାମ୍‌: ନରମ ନାଁରେ ଓଠକୁ କରେ ନଷ୍ଟ

ବିପଦକୁ ଡାକିଆଣେ ଲିପ୍‌ ବାମ୍‌: ନରମ ନାଁରେ ଓଠକୁ କରେ ନଷ୍ଟ

ଓଠକୁ ନରମ ଓ ସୁନ୍ଦର ରଖିବା ପାଇଁ ଆମେ ଲିପ୍‌ ବାମ୍‌ ବ୍ୟବହାର କରିଥାଉ। କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହୋଇଯିବେ ଆମେ ଲଗାଉଥିବା ଲିପ୍‌ ବାମ୍‌ ଆମ ଓଠ ଉପରେ ତାର ଖରାପ ପ୍ରଭାବ ପକାଇଥାଏ। ଲିପ୍ ବାମ୍‌ ଲଗାଇବା ଦ୍ୱାରା ଓଠର ସୁନ୍ଦରତା ଖରାପ ହେବାରେ ଲାଗିଥାଏ।

ଲିପ୍‌ ବାମରେ ଜିନ୍‌ କେମିକାଲ୍‌ ଫେଗ୍‌ନେସ୍‌ରେ ପ୍ରସ୍ତୁତ କରାଯାଉଥିବାରୁ ତାହା ଓଠକୁ ନଷ୍ଟ କରିଦେଇଥାଏ। ଯଦି ଲିପ୍‌ ବାମ୍‌ରେ ମୈଥଲ୍‌ ଯୁକ୍ତ, ତାହା ଓଠକୁ ଅଧିକ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।

ପ୍ରତିଦିନ ଲିପ୍‌ ବାମ୍ ଲଗାଉଥିବା ଲୋକଙ୍କ ଓଠ ଫାଟିବା ସମସ୍ୟା ଅଧିକ ଦେଖା ଦେଇଥାଏ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଲିପ୍‌ ବାମ୍‌ରେ ସାଧାରଣତଃ ଏଡିକସନ୍‌ ପରି କକୌଣସି ତତ୍ତ୍ୱ ରହି ନ ଥାଏ। ଏହାକୁ ବାରମ୍ୱାର ଲଗାଇବା ଦ୍ୱାରା ଆମେ ଅଭ୍ୟାସରେ ପଡ଼ି ଯାଇଥାଉ।

କେତେକ କ୍ଷେତ୍ରରେ ଦେଖା ଦେଇଛି ଲିପ୍ ବାମ୍ ଲଗାଇବା ଦ୍ୱାରା ଏଲର୍ଜି ମଧ୍ୟ ହୋଇଥାଏ।