ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କର ଗୁରୁ ହେଉଛନ୍ତି ମହାଦେବ

ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କର ଗୁରୁ ହେଉଛନ୍ତି ମହାଦେବ

ପୁରୀକୁ ଆସୁଥିବା ପ୍ରତ୍ୟକ ଭକ୍ତ ସ୍ଵଚ୍ଛତା ଓ ଶୁଦ୍ଧତା ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ନିରଞ୍ଜନ ଆଖଡାର ପିଠାଧୀଶ୍ଵର ୧୦୦୮ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସନନ୍ଦ ଗିରି ଜୀ ମହାରାଜ। ଗତକାଲି ସେ ଭୁବନେଶ୍ବରରୁ ଆସି ପୁରୀରେ  ପହଂଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।ଏହା ସହ ମା ମହାଲକ୍ଷ୍ମୀ ,ମା ବିମଳା ଓ ଅନ୍ୟ ପାର୍ଶ୍ୱ ଦେବା ଦେବୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ସବୁ ସଂପ୍ରଦାୟର ଆରାଧ୍ୟ ଦେବତା। ଗରିବ,ଦୁଖୀ ରଙ୍କି ତଥା ପ୍ରତ୍ୟକ ସନାତନିଙ୍କ ହୃଦୟରେ ବାସ କରନ୍ତି।ସେ ଯେତେ ଥର ପୁରୀ ଆସିଛନ୍ତି ମହାପ୍ରଭୁଙ୍କ ଦର୍ଶନ କରି ପରମ ଶାନ୍ତି ପାଇଛନ୍ତି। ନିରଞ୍ଜନ ପିଠାଧୀଶ୍ଵର ୧୦୦୮ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସନନ୍ଦ ଗିରି ଜୀ ମହାରାଜଙ୍କ ଶ୍ରୀମନ୍ଦିର  ଦର୍ଶନ ସମୟରେ ସାଙ୍ଗରେ ବହୁ ସାଧୁ, ସନ୍ଥ ଉପସ୍ଥିତ ଥିଲେ ।