ଆତ୍ମରକ୍ଷା ପାଇଁ କୌଶଳର ତାଲିମ ନେଲେ ଛାତ୍ର ଛାତ୍ରୀ
ଶତ୍ରୁ ଠାରୁ କିପରି ନିଜକୁ ସୁରକ୍ଷା ଦେଇ ପାରିବେ ଛାତ୍ର ଛାତ୍ରୀ ସେ ନେଇ ଜାତୀୟ ମାନବ ଅଧିକାର ମିଶନ ପକ୍ଷରୁ କଟକ କଲେଜ ଛକ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ ଚାରି ଦିନ ଧରି ପ୍ରଶିକ୍ଷଣ ସୁରକ୍ଷା କବଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ୱର କମିଶନ ରେଟ ପୋଲିସ ଅତିରିକ୍ତ ଡିସିପି ସେକେ ସରିଫ ଉଦ୍ଦିନ ଯୋଗ ଦେଇ ନିକଟରେ କୋଲକାତା ର ଆର୍ଜିକର ମେଡିକାଲ କଲେଜ ରେ ଘଟିଥିବା ଅଭୟା..ଘଟଣା କୁ ଆଖି ଆଗରେ ରଖି ଛାତ୍ର ଛାତ୍ରୀ ମାନଙ୍କୁ ଏହି ପ୍ରକାରର ପ୍ରଶିକ୍ଷଣ ଶିକ୍ଷା ଦେବାର ଆବଶ୍ୟକତା ଅଛି,ଯାହା ପାଇଁ ସେମାନେ ନିଜେ ନିଜର ସୁରକ୍ଷା କବଚ ହୋଇ ପାରିବେ ବୋଲି ମତପ୍ରକାଶ କରିଥିଲେ,ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ମାନବ ଅଧିକାର ମିଶନ ଅଧକ୍ଷ ବସନ୍ତ କୁମାର ଦାସ,ଟାଇକଣ୍ଡୋ ଆସୋ ସେସନ ସଭାପତି,କୃଷ୍ଣଚନ୍ଦ୍ର ଦାସ, ପପୁନ ପଲ, ବସନ୍ତ କୁମାର ଦାସ, ଗଣେଶ ବେହେରା, ଜିତେନ୍ଦ୍ର ଜୟ ସାୱଲା, କୈ୍ଳାସ ସିଂ, ଗୁରୁଦତ୍ତ ମହାନ୍ତି, ପ୍ରଦୀପ କୁମାର କାଣ୍ଡି ପ୍ରମୁଖ ଅତିଥି ମାନେ ଯୋଗ ଦେଇ ପ୍ରଶିକ୍ଷଣ ରେ ଭାଗ ନେଇଥିବା ଛାତ୍ର ଛାତ୍ରୀଓ ସେମାନଙ୍କ ଦୁଇ ଜଣ କୋଚ ଙ୍କୁ ମାନପତ୍ର ସହ ଟ୍ରଫି ଦେଇ ସମ୍ନାନିତ କରିଥିଲେ |




