ନାଲ୍କୋର ଜଳସମସ୍ୟା ଓ ୫୫ ନଂ-ଜାତୀୟ ରାଜପଥ ସମ୍ବନ୍ଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଅନୁଗୁଳ ଜିଲ୍ଲାପାଳଙ୍କ ଆଲୋଚନ

ନାଲ୍କୋର ଜଳସମସ୍ୟା ଓ ୫୫ ନଂ-ଜାତୀୟ ରାଜପଥ ସମ୍ବନ୍ଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଅନୁଗୁଳ ଜିଲ୍ଲାପାଳଙ୍କ ଆଲୋଚନ

ତା. ୧୨/୦୩ : ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର କେନ୍ଦ୍ରୀୟ ଉପସଭାପତି ତଥା ପ୍ରାକ୍ତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ-କିଶୋର ଜେନା, ଉପସଭାପତ ମଦନ ମୋହନ ଧଳ ଯୁଗ୍ମ ସାଧାରଣ ସମ୍ପାଦକ- ନିର୍ମଳ ସାମଲ, ଯୁବ ସଭାପତି-ବିଷ୍ଣୁ ମୋହନ ରଥ, ଜିଲ୍ଲା ସଭାପତି- ଦିଗାମ୍ବର ଗଡ଼ନାୟକ,  ସମ୍ପାଦକ- ବିଭବ ଜେନାଙ୍କ ସମେତ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର  ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ । ଦୀର୍ଘ ଏକ ସପ୍ତାହ ହେଲା ଓ.ଏଚ୍.ପି.ସି ଦ୍ୱାରା ରେଙ୍ଗାଲିରୁ ବିଦୁ୍ୟତ ଉତ୍ପାଦନ ବନ୍ଦ କରାଯାଇଛି । ଯାହାଦ୍ୱାରା ସମଲ ବ୍ୟାରେଜରେ ପାଣିର ଅଭାବ ଏବଂ ଏହାର ପ୍ରଭାବରେ ସମ୍ପୂର୍ଣ୍  ବ୍ରାହ୍ମଣୀ ନଦୀ ଜଳଶୂନ୍ୟ ହୋଇଯାଇଛି । ଏହାଦ୍ୱାରା ନାଲ୍କୋର ଗଠିତ ଜଳାଗାରରେ ଜଳପତନ ପାଖାପାଖ ୧୦ ଫୁଟ କମିଯାଇଛି ଏଣୁ ଆଗାମୀ ଦିନରେ ଏହା ପ୍ରଭାବରେ ନାଲ୍କୋ ସିପିପି ଓ ସ୍ମେଲଟର ସଂପୂର୍ଣ୍ଣ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି । ବର୍ତ୍ତମାନ ଜିଲ୍ଲାପାଳ କାର୍ଯ୍ୟଭାର ଗ୍ରହଣ କଲାପରେ ଜାତୀୟ ରାଜପଥ ୫ନଂ ରେ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ ି କରିଛନ୍ତି ଏବଂ ବଅଁର ପାଳରୁ ପଞ୍ଚ ମହଲା ପର୍ଯ୍ୟନ୍ତ ଜାତୀୟ ରାଜପଥ କାମ ଦୃତଗତିରେ ଆଗେଇ ଚାଲିଛି । ସେଥିପାଇଁ ନେତୃମଣ୍ଡଳୀ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଲେ । ପ୍ରତି ଉତ୍ତରରେ ଜିଲ୍ଲାପାଳ ଆସନ୍ତା ଜୁନ୍ମାସ ଶେଷ ସୁଧା ଜାତୀୟ ରାଜପଥ ବାଇପାସ କାମ ସାରିବା ପାଇଁ ପ୍ରତିଶ୍ରୁତ ଦେଇଛନ୍ତି ଏବଂ ଆଜି ଓ.ପି.ଜି.ସିର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନାଲ୍କୋ ଜଳସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ନାଲ୍କୋ, ଏମ୍.ସି.ଏଲ., ଏନ୍.ଟି.ପି.ସି. ତଥା ଅନ୍ୟାନ୍ୟ ଘରୋଇ କାରଖାନା ଗୁଡ଼ ିକ ଦ୍ୱାରା ଜମି ହରାଇଥିବା ବାସିନ୍ଧାବାସୀଙ୍କ ଥଇଥାନ ପ୍ରକ୍ର ିୟାକୁ ତ୍ୱରାନ୍ୱ ିତ କରିବା ପାଇଁ ଦାବୀ କରାଯାଇଥିଲା । ଡେରଙ୍ଗର ଜିନ୍ଦଲ ଥର୍ମାଲ ପାୱାର ପ୍ଲାଣ୍ଟରେ କାର୍ଯ୍ୟରତ ଜମିହରା ଅଧିବାସୀମାନଙ୍କୁ ଅନ୍ୟମାନଙ୍କ ଭଳି ସମାନ ଦରମା ନ ଦେବା ସହ ୨୦୧୯ ମସିହାରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ୱାକ୍ଷରତ ଚୁକ୍ତି ଅନୁଯାୟୀ ସର୍ବନିମ୍ନ ୧ ହାଜର ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ବଦ୍ଧି ର୍ତ ଦରମା ପ୍ରଦାନ ନ କରିବା ଓ ଚୁକ୍ତି ଅନୁଯାୟୀ ପ୍ରତି ୩ ବର୍ଷରେ ପଦ୍ୱୋନ୍ନତି ଦିଆଯାଉନାହିଁ ବୋଲି ପ୍ରତିନିଧିଦଳ ଅଭିଯୋଗ କରିଥିଲେ । ସେହିପରି ତାଳଚେର ଥର୍ମାଲ ସଂପୂର୍ଣ୍ଣ ବନ୍ଦ ହେବା ଦ୍ୱାରା କାର୍ଯ୍ୟହରା ଠିକା ଶ୍ରମିକମାନଙ୍କୁ ୩ ମାସର ନୋଟିସ୍ ପେ ଓ ରିଟ୍ରେସ୍ମେଣ୍ଟ ଅର୍ଥ ଏପର୍ଯ୍ୟନ୍ତ ଏନ୍.ଟି.ପି.ସି. କର୍ତ୍ତ ୃପକ୍ଷ ପୈଠ କରିନାହାନ୍ତି ଏବଂ ଏମ୍.ସି.ଏଲ୍ରେ କାର୍ଯ୍ୟରତ ସୁରକ୍ଷା କର୍ମୀମାନଙ୍କୁ ନିୟମାନୁଯାୟୀ ହାଇପାୱାର କମିଟିର ସୁପାରିଶ ଦରମା ବିଶେଷ କରି ୨୦୨୦ ମସିହାରେ ପ୍ରଦତ୍ତ ସର୍ବନିମ୍ନ ମଜୁରୀ ଠାରୁ ବର୍ତ୍ତମାନ ୨୦୨୪ ମସିହାରେ ସର୍ବନିମ୍ନ ମଜୁରୀକୁ କର୍ତ୍ତୃପକ୍ଷ କମାଇ ଦେଇଛନ୍ତି । ଏହା ସଂପୂର୍ଣ୍ଣ ଆଇନ୍ ବିରୁଦ୍ଧ ବୋଲି ପ୍ରତିନିଧିଦଳ ମତ ପ୍ରକାଶ କରିଥିଲେ । ଉତ୍ତରରେ ଜିଲ୍ଲାପାଳ ମହାଶୟ ସମସ୍ତ କାଗତପତ୍ର ତର୍ଜମା କରି ଏ ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଡ. ରାମଚନ୍ଦ୍ର ଖୁଣ୍ଟିଆ ତାଙ୍କ ନିଜ ରଚିତ ଦୁଇଟି ପୁସ୍ତକ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ଏବଂ ଶେଷରେ ପ୍ରତିନିଧିଦଳ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।