୩ୟ ଟି୨୦ ବାତିଲ, ୨-୦ରେ ଶୃଙ୍ଖଳା ଜିତିଲା ଭାରତ
ଡବଲିନ୍: ଘରୋଇ ଆୟରଲାଣ୍ଡ ଓ ଭାରତ ମଧ୍ୟରେ ବୁଧବାର ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ବୁଧବାର ସକାଳୁ ବର୍ଷା ଲାଗିରହିବା ଯୋଗୁଁ ମ୍ୟାଚ୍ ଆରମ୍ଭ ହୋଇ ପାରିନଥିଲା। ମ୍ୟାଚ୍ରେ ଟସ୍ ମଧ୍ୟ ପଡ଼ି ନଥିଲା। ଅପରାହ୍ଣେର ବର୍ଷା କିଛି ସମୟ ପାଇଁ ବନ୍ଦ ହୋଇଥିଲେ ହେଁ ପଡ଼ିଆରେ ପାଣି ଜମି ରହିଥିଲା। ଏପରି ପରିସ୍ଥିତିକୁ ଦେଖି ଉଭୟ ଦଳର ଅଧିନାୟକଙ୍କ ସହ ଆଲୋଚନା କରି ଭାରତୀୟ ସମୟ ରାତି ୧୦.୩୦ରେ ମ୍ୟାଚ୍କୁ ବାତିଲ ଘୋଷଣା କରିଥଲେ। ପ୍ରଥମ ୨ଟି ଟ୍ବେଣ୍ଟି୨୦ ଜିତି ଭାରତ ୨-୦ରେ ଶୃଙ୍ଖଳା ହାତେଇ ସାରିଥିଲା। ଶୃଙ୍ଖଳାରେ ଭାରତୀୟ ଦଳରେ ଅଧିକାଂଶ ଯୁବ ଖେଳାଳି ସ୍ଥାନ ପାଇଥିଲେ। ୧୧ ମାସ ପରେ ଆନ୍ତର୍ଜାତିକ କ୍ରିକେଟ୍କୁ ଫେରିଥିବା ଯଶପ୍ରୀତ ବୁମ୍ରା ଦଳର ନେତୃତ୍ବ ନେଇଥିଲେ।
ଆୟରଲାଣ୍ଡ ପାଇଁ ଆଣ୍ଡି ବାଲ୍ବର୍ନି, କର୍ଟିସ କାମ୍ଫର ଓ ବ୍ୟାରି ମ୍ୟାକ୍କାର୍ଥି ଭଲ ପ୍ରଦର୍ଶନ କରିଥିଲେ। ଭାରତ ପାଇଁ ଋତୁରାଜ ଗାଏକ୍ୱାଡ୍ ପୂରା ଶୃଙ୍ଖଳାରେ ସର୍ବାଧିକ ୭୭ ରନ୍ ଋତୁରାଜ କରିଥିଲେ। ବୁମ୍ରାଙ୍କ ସହ ଆନ୍ତର୍ଜାତିକ କ୍ରିକେଟ୍କୁ ଫେରିଥିବା ପ୍ରସିଦ୍ଧ କ୍ରିଷ୍ଣା ଓ ଲେଗ୍ସ୍ପିନର ରବି ବିଷ୍ଣୋଇ ଭଲ ବୋଲିଂ କରିଥିଲେ। ଯଶପ୍ରୀତ ବୁମ୍ରା ପ୍ଲେୟର ଅଫ୍ ଦି ସିରିଜ୍ ହୋଇ ଏକ ଇ-ବାଇକ୍ ପୁରସ୍କାର ପାଇଥିଲେ।




admin 