ହାର୍ନିୟାର ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ
ହାର୍ନିୟା ସେତେବେଳେ ହୋଇଥାଏ ଯେତେବେଳେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗର ଛେଦ ଦ୍ୱାରା ଅନ୍ୟ ସ୍ଥାନକୁ ଯଦି ଚାଲି ଯାଇଥାଏ । ଯେଉଁଠାରେ ତାର ରହିବା ଉଚିତ୍ ନୁହେଁ । ବିଭିନ୍ନ ପ୍ରକାରର ହାର୍ନିୟା ହୋଇଥାଏ କିନ୍ତୁ ଆନ୍ତର କୌଣସି ଅଂଶ ଯଦି ପେଟର ମାଂସପେଶୀର କୌଣସି ଦୁର୍ବଳ ଭାଗ ଦେଇ ବାହାରକୁ ଆସିଯାଏ । ତେବେ ଏହା ଏକ ସାଧାରଣ ହାର୍ନିୟା ବୋଲି ମାନିବାକୁ ହୋଇଥାଏ । ଏହା ସାଧାରଣତଃ ଅନେକ ଲୋକଙ୍କ ମଧ୍ୟରେ ଦେଖାଦେଇଥାଏ ।
ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କୁ ହାର୍ନିୟା ଅଧିକ ହୋଇଥାଏ । ହାର୍ନିୟା ଶରୀରର ଅଲଗା ଅଲଗା ସ୍ଥାନରେ ହୋଇଥାଏ, କିନ୍ତୁ ଏହା ପେଟରେ ଅଧିକ ହେବାର ଦେଖାଯାଏ । ଏଥିରେ ପେଟର ସ୍କିନ୍ ତଳେ ଏକ ଅସାମାନ୍ୟଆଭାର ଥାଏ ଯାହା ନାଭିର ତଳେ ଥାଏ । କିଛି ମହିଳାମାନଙ୍କର ଜନ୍ମରୁ ହାର୍ନିୟା ଥାଏ । ଅଧିକାଂଶ ଏହି ସମସ୍ୟା ପେଟ ଉପରେ ଚାପ ଯୋଗୁ ହୋଇଥାଏ । ହାର୍ନିୟାର ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ । ଆସନ୍ତୁ ପେଟରେ ହେଉଥିବା ହାର୍ନିୟାର ଲକ୍ଷଣ ବିଷୟରେ ଜାଣିବା ।
– ମହିଳାମାନଙ୍କର ପେଟରେ ହେଉଥିବା ହାର୍ନିୟାରେ ହାର୍ନିୟାର ସ୍ଥାନରେ ଯନ୍ତ୍ରଣା ଓ ଭାରି ଲାଗିବା ପରି ସମସ୍ୟା ଦେଖାଦେବ ।
– ଏହା ଚାପ ପଡିବା ଯୋଗୁ ହୋଇଥାଏ । ସେଥିପାଇଁ ଏହି ବେମାରୀରେ କୌଣସି ଭାରି ବସ୍ତୁ ଉଠେଇବା ଦ୍ୱାରା ପେଟ ଫୁଲିବାର ଦେଖାଦେଇଥାଏ ।
– ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୁଏ । କାରଣ ପରିସ୍ରା କରିବା ସମୟରେ ପେଟ ଉପରେ ଚାପ ପଡେ । ଯାହା ଦ୍ୱାରା ଯନ୍ତ୍ରଣା ହୋଇଥାଏ ।
– ହାର୍ନିୟା ହେବା ଦ୍ୱାରା ପେଟର ନିମ୍ନ ଅଂଶ ଫୁଲିଯିବା ପରି ଲାଗିବ ଓ ଅଧିକାଂଶ ସ୍ଥଳରେ ଏହା ଦେଖାଯାଏ ମଧ୍ୟ ।
– ମହିଳାମାନେ ବେଶୀ ସମୟ ଛିଡା ହୋଇ ପାରିବେ ନାହିଁ କିମ୍ବା ବସି ମଧ୍ୟ ପାରିବେ ନାହିଁ । ଏପରି ସ୍ଥିତିରେ ଛିଡା ହେଲେ କିମ୍ବା ବସିଲେ ଯନ୍ତ୍ରଣା ହୁଏ ।
– ଏହି ବେମାରୀରେ ବାରମ୍ବାର ବାନ୍ତି ଲାଗିଥାଏ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପଡିଥାଏ । ଦୁର୍ବଳ ଅନୁଭବ ହୋଇଥାଏ ।




admin 