ଗୌତମ ସିଂଘାନିଆଙ୍କ ପତ୍ନୀ ମାଗିଲେ ଭରଣ‌ପୋଷଣରେ ୮୭୦୦ କୋଟି

ଗୌତମ ସିଂଘାନିଆଙ୍କ ପତ୍ନୀ ମାଗିଲେ ଭରଣ‌ପୋଷଣରେ ୮୭୦୦ କୋଟି

ମୁମ୍ବାଇ: ଦୀର୍ଘ ୩୨ ବର୍ଷ ଏକା‌ଠି ରହିବା ପରେ ପତ୍ନୀ ନୱାଜ ମୋଦୀ ସିଂଘାନିଆଙ୍କଠାରୁ ଅଲଗା ହୋଇଛନ୍ତି ରେମଣ୍ଡ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ସିଂଘାନିଆ। ତେବେ ଅଲଗା ହେବା ଲାଗି ଗୌତମଙ୍କ ୧୧,୬୨୦ କୋଟି ଟଙ୍କାର ସମ୍ପତ୍ତିର ୭୫ ପ୍ରତିଶତ ଅର୍ଥାତ ପ୍ରାୟ ୮୭୦୦ କୋଟି ଟଙ୍କା ଭରଣପୋଷଣରେ ମାଗିଛନ୍ତି ନୱାଜ। ନିଜର ଦୁଇ ଝିଅ ନିହାରିକା ଓ ନିଶା ଏବଂ ନିଜ ପାଇଁ ନୱାଜ ଏହି ଦାବି କରିଛନ୍ତି। ସେହି ଦାବିକୁ ଗୌତମ ସମର୍ଥନ କରିଛନ୍ତି। କିନ୍ତୁ ଏକ ଫାମିଲି ଟ୍ରଷ୍ଟ ତିଆରି କରି ପାଣ୍ଠି ହସ୍ତାନ୍ତର କରିବାକୁ ଗୌତମ ପ୍ରସ୍ତାବ ଦେଇଛନ୍ତି। ନୱାଜ ହେଉଛନ୍ତି ପୂର୍ବତନ ସଲିସିଟର ଜେନେରାଲ ନାଦର ମୋଦୀଙ୍କ ଝିଅ। ସେ ୧୯୯୯ରେ ଗୌତମଙ୍କୁ ବିବାହ କରିଥିଲେ। ଉଭୟଙ୍କ ଦୁଇ ସନ୍ତାନ ଅଛନ୍ତି।