ଗାଈ ଦିଏ ଶୁଭ ସଙ୍କେତ
ସନାତନ ଧର୍ମରେ ଗାଈର ବିଶେଷ ମହତ୍ୱ ଅଛି । ହିନ୍ଦୁ ପରମ୍ପରା ଅନୁସାରେ, ଗୋମାତାଙ୍କ ପୂଜାର୍ଚ୍ଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗାଈ ମଧ୍ୟ ବିଭିନ୍ନ ପ୍ରକାର ସଙ୍କେତ ଦେଇଥାଏ ।
ଅଚାନକ ଘର ଭିତରକୁ ଗାଈ ପ୍ରବେଶ କଲେ ଏହା ଖୁବ୍ ଶୁଭ ହୋଇଥାଏ । ଏହାଦ୍ୱାରା ଜୀବନରୁ ନକାରାତ୍ମକ ଶକ୍ତି ଦୂର ହୁଏ ଏବଂ ସକାରାତ୍ମକ ଶକ୍ତି ସଂଚାର ହୁଏ । ଏହି କାରଣ ଯୋଗୁଁ ଗାଈ ଘର ଭିତରକୁ ଆସିବା ଅତ୍ୟନ୍ତ ଶୁଭଦାୟକ ।
- ସେହିପରି କୌଣସି କାମରେ ଘରୁ ବାହାରିବା ସମୟରେ ଗାଈର ଦର୍ଶନ ହେଲେ ମା' ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ । ଏହା ସହ ଅଟକି ରହିଥିବା କାମ ପୂରଣ ହୁଏ ।
- ଶାସ୍ତ୍ର ଅନୁସାରେ, ଗାଈକୁ ଖାଇବାକୁ ଦେବା ଦ୍ୱାରା ହିଁ ଶକ୍ତି ଲାଭ ହୁଏ । ଗାଈକୁ ରୁଟି ସହିତ ଗୁଡ଼ ଖାଇବାକୁ ଦେଲେ ଶୁଭ ଫଳ ପ୍ରାପ୍ତ ହୁଏ ।




admin 