ସହର ପ୍ରବେଶ ପଥ ଠୁ ନେଇ ମେରାଇନ୍ ଡ୍ରାଇଭ୍, ନାଟ ମଣ୍ଡପରୁ ଗଳିକନ୍ଦି ସବୁଠି ଲାଗିବ CCTV

ସହର ପ୍ରବେଶ ପଥ ଠୁ ନେଇ ମେରାଇନ୍ ଡ୍ରାଇଭ୍, ନାଟ ମଣ୍ଡପରୁ ଗଳିକନ୍ଦି ସବୁଠି ଲାଗିବ CCTV

ପୁରୀ ସହରକୁ ଜଗିବ ସିସିଟିଭି ।  ହାଇ କାପାସିଟି ସିସିଟିଭି ସର୍ଭେଲାନ୍ସରେ ରହିବ ସହର । କମାଣ୍ଡ ଏବଂ କଣ୍ଟ୍ରୋଲ ରୁମ୍ ସହିତ ଯୋଡିହେବ ସମସ୍ତ ସିସିଟିଭି । ଏହି ସିସିଟିଭି ପ୍ରକଳ୍ପ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ସହରର ବିଭିନ୍ନ ପ୍ରବେଶ ପଥ ଯଥା ସମଙ୍ଗ, ମାଳତୀପାଟପୁର, ମଙ୍ଗଳାଘାଟ ଆଦି ପ୍ରବେଶ ପଥରେ ପୋର୍ଟେବୁଲ୍ ନେଟୱର୍କ ଓ ଅପ୍ଟିକାଲ ଫାଇବର ଥିବା ୬୦୦ ରୁ ଉର୍ଦ୍ଧ୍ବ ସିସିଟିଭି କ୍ୟାମେରା ଲାଗିବ । ଏହାର କମାଣ୍ଡ କଣ୍ଟ୍ରୋଲ ସେଟ୍ ଅପ ରହିବ ଯାହା ଦ୍ୱାରା ସବୁ ବିଭାଗ ନିଜ କାର୍ଯ୍ୟ କରିପାରିବେ । ପୁରୀ - କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପାଇଁ ମଧ୍ୟ ସମନ୍ବିତ ଯୋଜନା ପ୍ରସ୍ତୁତ କରାଯାଉଛି। ଶ୍ରୀମନ୍ଦିର ଭିତର ଓ ବାହାର କାଠ ନିକଟରେ ଦର୍ଶନ ନିୟନ୍ତ୍ରଣ କରିବାକୁ ସିସିଟିଭି କ୍ୟାମେରା ଲାଗିଛି। ଏଥିସହ ଶ୍ରୀମନ୍ଦିର ଭିତରେ ଓ ବାହାର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ, ନାଟମଣ୍ଡପରେ ସିସିଟିଭି କ୍ୟାମେରା ଲାଗିବାକୁ ଟେଣ୍ଡର ଆହ୍ୱାନ କରାଯାଇଛି। ମହାବାତ୍ୟା ଫନିରେ ଅଚଳ ହୋଇଥିଲା ସହରର ସମସ୍ତ ସିସିଟିଭି । ଏଥିପାଇଁ ଓବିସିସି ମାଧ୍ୟମରେ ସରକାରଙ୍କୁ  ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।  ସହରକୁ ଅପରାଧମୁକ୍ତ, ସୁରକ୍ଷିତ ଓ ଟ୍ରାଫିକ ସୁପରିଚାଳନା ପାଇଁ ସିସିଟିଭି ଲଗାଇବା ନେଇ ହୋଇଛି ସ୍ୱତନ୍ତ୍ର ଖସଡା । ଶ୍ରୀମନ୍ଦିର, ବଡଦାଣ୍ଡ, ସମୁଦ୍ରକୂଳ, ପୁରୀର ପ୍ରବେଶପଥ, ସାହି ଗଳିକନ୍ଦିକୁ ଜଗିବ ସିସିଟିଭି ।