ଖୋଲୁନି ନିଦ୍ରା , କେବଳ ୨ କିଲୋମିଟର ଦୂରରେ ବନ ବିଭାଗ । ଡହଡହ ଖରାରେ ଜଳି ପାଉଁଶ ହୋଇଗଲା ହେମଗିରି ବ୍ଲକ କନିକା ଜଙ୍ଗଲ
ଜଙ୍ଗଲରେ ନିଆଁ ଲାଗିଛି । ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର କନିକା ଜଙ୍ଗଲ ଯେଉଁ ଜଙ୍ଗଲରେ ରହିଛି ଦୁର୍ଲଭ କଳା ବାଘ ତାହା ସାଙ୍ଗକୁ ଅନେକ ଜୀବଜନ୍ତୁ । ହୁତୁହୁତୁ ହୋଇ ଜଳି ଯାଉଛି ଜଙ୍ଗଲ । ହେଲେ ବନ ବିଭାଗର ଦେଖା ନାହିଁ । ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର କନିକା ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଦୀର୍ଘ ୩ ଘଂଟା ନିଆଁ ଧରି ଅଧା ଜଙ୍ଗଲ ପାଉଁଶ ହେଲା ପରେ ଜଣେ ବନ କର୍ମଚାରୀ ନିଆଁକୁ ଲିଭାଇ ଥିବା ବେଳେ ବନ ବିଭାଗର ଏପରି ଅବହେଳାକୁ ନିନ୍ଦା କରିଛନ୍ତି ପରିବେଶ ପ୍ରେମୀ । ହେମଗିରି ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରତାରେ ଏହି ନିଆଁ ଲାଗିଥିବା ବେଳେ ବନ ବିଭାଗ ଏତେ ବିଳମ୍ବରେ ପଦକ୍ଷେପ ନେବା ପରିବେଶ ପ୍ରେମୀକୁ ବ୍ୟଥିତ କରିଛି ।




