ଅନନ୍ୟ ଉପାୟରେ ଗାନ୍ଧୀଙ୍କ ପ୍ରତିକୃତି ବନାଇଲେ ୟୁଏଇ ଶିକ୍ଷୟିତ୍ରୀ

ଅନନ୍ୟ ଉପାୟରେ ଗାନ୍ଧୀଙ୍କ ପ୍ରତିକୃତି ବନାଇଲେ ୟୁଏଇ ଶିକ୍ଷୟିତ୍ରୀ

ଅନନ୍ୟ ଉପାୟରେ ଗାନ୍ଧୀଙ୍କ ପ୍ରତିକୃତି ବନାଇଲେ ୟୁଏଇ ଶିକ୍ଷୟିତ୍ରୀ
ଦୁବାଇ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସ୍ୱାଧୀନତା ଦିବସରେ ସମସ୍ତେ ମନେ ପକାଉଛନ୍ତି । ତେବେ ୟୁଏଇରେ ଅବସ୍ଥାନ କରୁଥିବା ଜଣେ ଭାରତୀୟ ଶିକ୍ଷକ ଏକ ଅନନ୍ୟ ଉପାୟରେ ଗାନ୍ଧୀଙ୍କୁ ମନେ ପକାଇଛନ୍ତି । ପ୍ରାୟ ୫ ହଜାର ବୋତାମର ବ୍ୟବହାର କରି ଏହି କଳାକାର ଜଣଙ୍କ ଗାନ୍ଧୀଙ୍କ ଏକ ପ୍ରତିକୃତି ବନାଇଛନ୍ତି । ୟୁଏଇରେ ଅବସ୍ଥାନ କରୁଥିବା ୨୯ ବର୍ଷୀୟ ରଶିଦା ଆଦିଲଙ୍କୁ ଏହି ଅନନ୍ୟ କଳାକୃତି ବନାଇବା ପାଇଁ ତିନି ମାସ ସମୟ ଲାଗିଥିଲା । ରଶିଦା ବର୍ଜ୍ୟବସ୍ତୁରୁ ବିଭିନ୍ନ ଚିତ୍ର ବନାଇଥାନ୍ତି । ଲକଡାଉନ୍ ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିକୃତି ବନାଇବାର ନିଷ୍ପତ୍ତି ନେଇଥିଲେ ରଶିଦା । ଏହାପରେ ବିଭିନ୍ନ ବୋତାମ ଯୋଗାଡ କରିବା ସହିତ ଏହାକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗାଇ ଥିଲେ । ପ୍ରତିକୃତିର ନିର୍ମାଣ ସରିବା ପରେ ସ୍ୱାଧୀନତା ଦିବସ ଅବସରରେ ଏହାକୁ ଦୁବାଇ ସ୍ଥିତ ଭାରତୀୟ କାଉନସେଲ୍ ଜେନେରାଲ ଅମନ ପୁରୀଙ୍କୁ ପ୍ରଦାନ କରିଛନ୍ତି ରସିଦା ।