ଶୀତ ଦିନରେ ଭାରି ହିତକାରୀ ଷୋରିଶ ସାଗ

ଶୀତ ଦିନରେ ଭାରି ହିତକାରୀ ଷୋରିଶ ସାଗ

ଶୀତ ଦିନରେ ଭାରି ହିତକାରୀ ଷୋରିଶ ସାଗ
ଶୀତଦିନିଆ ବଜାରରେ ବିଭିନ୍ନ ରକମର ପରିବାମାନ ମିଳିଥାଏ । ପୋଷକତତ୍ତ୍ୱ ଭରପୁର ଏସବୁ ପରିବାକୁ ନିଜ ଖାଦ୍ୟପାନୀୟରେ ପ୍ରତ୍ୟହ ସାମିଲ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ଼ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶୀତଋତୁରେ ସୋରିଷ ଶାଗକୁ ମଧ୍ୟ ଭୋଜନରେ ସାମିଲ କରନ୍ତୁ । କ୍ୟାଲୋରୀ ଭରପୁର ଶାଗରେ କାର୍ବୋହାଇଡ୍ରେଟ, ଫାଇବର, ପୋଟାସିୟମ, ଭିଟାମିନ ଏ,ସି,ଡି, ବି-୧୨, ମ୍ୟାଗ୍ନେସିୟମ, ଲୌହ, କ୍ୟାଲସିୟମ ଥିବା ଏଇ ଶାଗ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଆଣ୍ଟି ଅକ୍ସିଡାଣ୍ଟ ଭରପୁର ସୋରିଷ ଶାଗ ଖାଇଲେ ଶରୀରକୁ ଶକ୍ତି ମିଳେ । ସପ୍ତାହକୁ ଅନ୍ତତଃ ୨ ରୁ ୩ ଥର ସୋରିଷ ଶାଗ ଖାଇଲେ ଶରୀରରେ କୋଲେଷ୍ଟରଲ ସ୍ତର ନିୟନ୍ତ୍ରଣ ରହେ । ହୃଦରୋଗରୁ ବର୍ତ୍ତିବାକୁ ଚାହୁଁଥିବା ଲୋକ ନିଜ ଡାଏଟ ତାଲିକାରେ ସୋରିଷ ଶାଗ ସାମିଲ କରିବା ଭଲ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ । କ୍ୟାଲସିୟମ ଓ ପୋଟାସିୟମ ଭରପୁର ଏଇ ଶାଗ ଖାଇଲେ ହାଡ଼, ଗଣ୍ଠ ମଧ୍ୟ ଶକ୍ତ ହୋଇଥାଏ । ଏସିଆନ ଚିକିତ୍ସାଳୟରେ ଖାଦ୍ୟ ବିଶେଷଜ୍ଞ ବିଭା ବାଜପେୟୀଙ୍କ ମତରେ ଶୀତରେ ଆଣ୍ଠୁଗଣ୍ଠି ସମସ୍ୟା ଥିବା ଲୋକ ନିୟମିତ ସୋରିଷ ଶାଗ ଖାଇଲେ ଉପଶମ ମିଳେ ।