ପାଣି ପିଇବାର ଆବଶ୍ୟକତା ବିଷୟରେ ଆସନ୍ତୁ ଜାଣିବା

ପାଣି ପିଇବାର ଆବଶ୍ୟକତା ବିଷୟରେ ଆସନ୍ତୁ ଜାଣିବା

ପାଣି ପିଇବାର ଆବଶ୍ୟକତା ବିଷୟରେ ଆସନ୍ତୁ ଜାଣିବା
ନିକଟରେ ମୁମ୍ବାଇ ସରକାର ସେଠାକାର ସମସ୍ତ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ‘ୱାଟର ବେଲ୍’ର ନିୟମ ଜାରି କରିଛି । ଏହି ୱାଟର ବେଲ ପଛର ରହସ୍ୟ ହେଲା ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟ ପରିସରରେ ଏକ ବିଶେଷ ଘଣ୍ଟ ବଜାଗଲେ, ସେମାନେ ସେଇ ସମୟରେ ପାଣି ପିଇବେ । ପ୍ରଥମ ଥର ଭାରତର ଏକ ରାଜ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ସରକାର ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତକୁ ଲକ୍ଷ୍ୟରେ ରଖି ଏହି କାର୍ଯ୍ୟ କରିଥିବାର ପ୍ରକାଶ । କିଛି ମାସ ତଳେ ମୁମ୍ବାଇର ୩୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା । ପାଠପଢ଼ା, ଖେଳକୁଦ ପ୍ରତି ଧ୍ୟାନ ଦିଆଯାଉଥିବା ବେଳେ ପିଲାଙ୍କ ପାଣି ପିଇବା ବାବଦାୀ ଅଭିଭାବକ ଆଦୌ ସଚେତନ ନୁହେଁ । ଯାହା କାରଣରୁ ବିଭିନ୍ନ ପ୍ରକାର ଜଳାଭାବ ରୋଗରେ ପିଲାମାନେ ଆକ୍ରାନ୍ତ ହେଉଛନ୍ତି ଓ ସେମାନଙ୍କ ଶାରୀରିକ ବିକାଶ ମଧ୍ୟ ଠିକ୍ ଭାବେ ହେଉନାହିଁ । ଶ୍ରେଣୀ ଗୃହରେ ଶିକ୍ଷକ, ଶିକ୍ଷୟିତ୍ରୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ସମ୍ପର୍କରେ ସଚେତନ କରାଇବେ । ଶରୀରରେ ଜଳସ୍ତର ଠିକ୍ ରହିଲେ ମନ ସ୍ଥିର ରହିବା ସହ ସ୍ମୃତି ଶକ୍ତି ବଢେ଼ ବୋଲି ବିଶେଷଜ୍ଞଙ୍କ ମତ । ୨୦୧୨ରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ୭୫ ବର୍ଷରୁ ଅଧିକ ବୟସ୍କ ଲୋକ ନିୟମିତ ଭାବେ ଠିକ୍ରେ ପାଣି ନ ପିଇବା କାରଣରୁ ହୃଦରୋଗରେ ଆକ୍ରାନ୍ତ ହେଉଛନ୍ତି । ଆବଶ୍ୟକ ପରିମାଣରେ ପାଣି ପିଇଲେ ମାନସିକ ଅସୁବିଧା ଉପୁଜେ ନାହିଁ, ଚିଡଚିଡା ଲାଗି ନଥାଏ ଏହା ସହ ହୃଦଯନ୍ତ୍ର ଓ ମସ୍ତିଷ୍କ ମଧ୍ୟ ସୁସ୍ଥ ରହେ । ଜଣେ ବ୍ୟକ୍ତି ଦିନକୁ ଅତିକମରେ ୭-୮ ଗିଲାସ ପାଣି ପିଇବା ଉଚିତ । ବିଶେଷଜ୍ଞଙ୍କ ମତରେ ଆପଣ ଯଦି ପାଣି ପିଇବାରେ ଅଭ୍ୟସ୍ତ ନୁହନ୍ତି, ଏଭଳି ପରିସ୍ଥିତିରେ ଲେମ୍ବୁ ପାଣି, କିମ୍ବା ପାଣିରେ କମଳା ରସ, ପୋଦିନା ରସ ପିଇଲେ ତାହା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।