ମିଳିଲା ମାଣିକ ଖଚିତ ଚୋରା ଜୋତା

ମିଳିଲା ମାଣିକ ଖଚିତ ଚୋରା ଜୋତା

ମିଳିଲା ମାଣିକ ଖଚିତ ଚୋରା ଜୋତା
୧୪ ବର୍ଷ ତଳେ ଆମେରିକାର ମିନେଓଷ୍ଟା ସଂଗ୍ରହାଳୟରୁ ମାଣିକ ଖଚିତ ହଳେ ସ୍ୟାଣ୍ଡେଲ ଚୋରି ହୋଇଯାଇଥିଲା । ସଂଗ୍ରହାଳୟର କଡ଼ା ସୁରକ୍ଷାବାହିନୀ ସିସିଟିଭି ଯାଞ୍ଚ ସତ୍ତ୍ୱେ ଜୋତାର କୌଣସି ଖୋଜଖବର ମିଳିନଥିଲା । ୨୦୧୯ ସେପ୍ଟେମ୍ବରରେ ଜୋତାଟି ମିଳିଥିବା ବେଳେ ସ୍ଥାନୀୟ ପୁଲିସ ଏଇ କିଛି ଦିନ ତଳେ ଏ ବାବଦରେ ଗଣମାଧ୍ୟମକୁ ଅବଗତ କରାଇଛି । ୮୦ ବର୍ଷ ପୁରାତନ ଏହି ଦାମୀ ଜୋତା ୧୯୩୯ ରେ ଅଭିନେତ୍ରୀ ଜୁଡି ଗାରଲାଣ୍ଡ ପିନ୍ଧିଥିଲେ । ଚଳଚ୍ଚିତ୍ର ‘ୱିଜାର୍ଡ ଅଫ ଓଜ’ ରେ ଏକ ଦୃଶ୍ୟରେ ଜୁଡ଼ି ମାଣିକ ଖଚିତ ଏହି ଜୋତା ପିନ୍ଧିଥିବା ବେଳେ ଚଳଚ୍ଚିତ୍ରଟି ଓସ୍କାର ପୁରସ୍କାର ମଧ୍ୟ ପାଇଥିଲା । ପରବର୍ତ୍ତୀ ସମୟରେ ଜୋତାଟିକୁ ସଂଗ୍ରହାଳୟରେ ରଖାଯାଇଥିଲା । ଜୋତାର ମୂଲ୍ୟ ୨୧ କୋଟି ଟଙ୍କା ହୋଇଥିବା ବେଳେ ସଂଗ୍ରହାଳୟରେ ରଖାଯିବା ପରେ ଏହା ଉପରେ ୭ କୋଟି ଟଙ୍କାର ବୀମା କରାଯାଇଥିବାର ସେଠା ମୁଖ୍ୟ କର୍ମଚାରୀ ପ୍ରକାଶ କରିଛନ୍ତି । ଜୋତାଟି ଚୋରି ହେବା ପରେ ପୁଲିସ ଜୋତା ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା । ଜୋତାକୁ ଖୋଜିଆଣିଲେ ସେଇ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବାର ଘୋଷଣା ହେବା ସତ୍ତ୍ୱେ କେହି ଜୋତାକୁ ଖୋଜିପାରିନଥିଲେ । ଦୀର୍ଘ ୧୩ ବର୍ଷ ପରେ ଶେଷରେ ଜୋତାଟି ପୁଲିସ ଠାବ କରିଛି । କେଉଁ ସୂତ୍ରରୁ ତାହା ମିଳିଛି, ସେ ସମ୍ପର୍କିତ କୌଣସି ଖବର ମିଳିନାହିଁ ।