୨୦୧୮ରେ ଲଘୁଚାପ ଜନିତ ବର୍ଷାରେ ହରାଇଥିଲେ ଘର, ଏପର୍ଯ୍ୟନ୍ତ ମିଳୁନି ସରକାରୀ ସହାୟତା

୨୦୧୮ରେ ଲଘୁଚାପ ଜନିତ ବର୍ଷାରେ ହରାଇଥିଲେ ଘର, ଏପର୍ଯ୍ୟନ୍ତ ମିଳୁନି ସରକାରୀ ସହାୟତା

୨୦୧୮ରେ ଲଘୁଚାପ ଜନିତ ବର୍ଷାରେ ହରାଇଥିଲେ ଘର, ଏପର୍ଯ୍ୟନ୍ତ ମିଳୁନି ସରକାରୀ ସହାୟତା
ପଦ୍ମପୁର(ନିରଂଜନ ତ୍ରିପାଠୀ) - ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ମିଠାପାଲି ଗ୍ରାମ ପଞ୍ଚାୟତ ମନଭଙ୍ଗ (ନୂଆଁଗାଁ) ର ୨ପରିବାର ୨୦୧୮ ମସିହାରେ ଅଦିନିଆ ପ୍ରବଳ ଲଘୁଚାପ ଜନିତ ଲଗାଣ ବର୍ଷାରେ ଘର ଭୁଷୁଡି ପଡିବା ଫଲ ରେ ସେମାନେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି ।। ସୂଚନା ଅନୁସାରେ ମନଭଙ୍ଗ ନୂଆଁଗାଁ ର ୨ ପରିବାର ଅତି ଗରିବ ସେମାନେ ହେଲେ ରାମଚନ୍ଦ୍ର ସାହା ଙ୍କ ଛୋଟ ଛୋଟ ଚାରି ଝିଅ ଓ ସ୍ତ୍ରୀ ସହ ୬ ଜଣ ପରିବାର ତାଙ୍କ ଭାଇ ଜଗନ୍ନାଥ ସାହା ସ୍ବାମୀ ସ୍ତ୍ରୀ ଦୁଇଜଣ ରହୁଥିଲେ ।୨୦୧୮ ରେ ହେଇଥିବା ଲଘୁଚାପ ଜନିତ ବର୍ଷାରେ ତାଙ୍କ ଝାଟିମାଟି କୁଡ଼ିଆରେ ରହୁଥିଲେ ହେଲେ ବର୍ଷା ରେ ଘର ସମ୍ପୁର୍ଣ୍ଣ ଭାବରେ ଭୁଷୁଡି ପଡିବା ଫଲ ରେ ସେମାନେ ଛେଳି ଗୁହାଳ ରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ଘର ଖଣ୍ଡିଏ ପାଇଁ ବା ପାଇଁ ସରପଞ୍ଚ , ବିଡିଓ , ଜନପ୍ରତିନିଧି ଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ସରକାର ଙ୍କ ୫ଟି ଯୋଜନା କାର୍ୟ୍ୟକାରୀ ସାହା ପରିବାର ଙ୍କ ପକ୍ଷେ ଦିଗହରା ହୋଇ ପଡ଼ିଛି । ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଦୟନୀୟ ଅବସ୍ଥାରେ ଥିବା ଦୁଇ ଗରିବ ସାହା ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି ହେଉଛି ।