ନୀଳଗିରିି ରାଜନୀତିରେ ଉପୁଜିଛି ଗୋଳମାଳିଆ ସ୍ଥିତି
ନୀଳଗିରିି ରାଜନୀତିରେ ଉପୁଜିଛି ଗୋଳମାଳିଆ ସ୍ଥିତି । ଫଳରେ ବିଜେପି, ବିଜେଡି ଓ କଂଗ୍ରେସ ରାଜ୍ୟର ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରି ସାରିଥିଲେ ବି ଏଠାରେ ଟିକେଟ ଝୁଲାଇ ରଖିଛନ୍ତି । ନୀଳଗିରି ବିଜେପିରେ ସବୁକିଛି ଠିକଥିଲା । ହେଲେ ହଠାତ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ଦଳରୁ ଇସ୍ତଫା ଦେବାପରେ ରାଜନୈତିକ ସମୀକରଣ ଓଲଟ ପାଲଟ ହୋଇଯାଇଛି । ଦଳ ଏଠାରୁ କାହାକୁ ଟିକେଟ୍ ଦେବ, ସେ ନେଇ ଅଙ୍କ କଷା ଛିଣ୍ଡୁନି ।




