ସ୍ଵାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ : ଘର ଭିତରୁ ସ୍ଵାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧିନ କାଁପଡା ବାରେଣିକୁଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ପାଇଁ ଉଭୟ ସ୍ଵାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ସୂଚନାନୁଯାୟୀ, ବାରେଣିକୁଳ ଗାଁର ଉପେନ୍ଦ୍ର ମଳିକ ଓ ମିନତୀ ମଳିକଙ୍କ ଦୁଇ ପୁଅ ରାଜ୍ୟ ବାହାରେ ରୁହନ୍ତି। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆର୍ଥିକ ସମସ୍ୟାକୁ ନେଇ ଅସନ୍ତୋଷ ଲାଗି ରହିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଉଭୟ ସ୍ୱାମୀ ଓ ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଖବର ପାଇ ତିହିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲସ ତଦନ୍ତ ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।