ଓଡ଼ିଶାରେ ବିଜେଡି ଓ ବିଜେପି ଗୋଟିଏ:ତାରା

ଓଡ଼ିଶାରେ ବିଜେଡି ଓ ବିଜେପି ଗୋଟିଏ:ତାରା

ଭୁବନେଶ୍ବର: ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସାରା ଦେଶର ନଜର ରହିଛି। ତେବେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ ଓଡ଼ିଶାରେ ବିଜେଡି ଓ ବିଜେପି ଗୋଟିଏ। କେନ୍ଦ୍ରର ବିଜେପି ଯାହା କହିବ, ବିଜେଡି ତାହା କରିବ। ଅମିତ ଶାହଙ୍କ କଥା ନ ମାନିଲେ ଓଡ଼ିଶାରେ ବିଜେଡିକୁ ଭାଗ ଭାଗ କରିଦେବ ବିଜେପି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚଢ଼ାଉ ଆରମ୍ଭ କଲେ, ବିଜେଡି ଆପେ ଆପେ ଭାଗ ହୋଇଯିବ। ତେବେ ମହାରାଷ୍ଟ୍ର ପରିସ୍ଥିତି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ତାରାଙ୍କ ଏହି ବୟାନ ଉପରେ ବୟାନ ଦେଇଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ। ଶ୍ରୀ ସାହୁ କହିଛନ୍ତି ଯେ କଂଗ୍ରେସର ଡଙ୍ଗା ବୁଡ଼ି ଆସିଲାଣି। ସେ ଦଳର ନେତା ଆମକୁ କ’ଣ ଟିପ୍ପଣୀ କରିବେ।