ଚର୍ଚ୍ଚାରେ ବିଜେପି ସାଂସଦ ଓ ବିଧାୟକଙ୍କ କଳି

ଚର୍ଚ୍ଚାରେ ବିଜେପି ସାଂସଦ ଓ ବିଧାୟକଙ୍କ କଳି

ସମ୍ବଲପୁର: ଚର୍ଚ୍ଚାରେ ବିଜେପି ସାଂସଦ ଓ ବିଧାୟକଙ୍କ କଳି । ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ବିରୁଦ୍ଧରେ ସାଙ୍ଘାତିକ ବୟାନ ରଖିଲେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସ୍ୱାମୀ -ସ୍ତ୍ରୀ କଳି ଯୋଗୁଁ ଲୋକପ୍ରିୟତା ହରାଇଛନ୍ତି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ। ବିଧାୟକ କି ସାଂସଦ ଛିଡା ହେବା ଯୋଗ୍ୟତା ତାଙ୍କରନାହିଁ ବୋଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି।
ସୁବାସ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି ଯେ,  ସ୍ତ୍ରୀଙ୍କ ଦ୍ୱାରା ଗୃହ ବନ୍ଦୀ ହୋଇ ରହିଛନ୍ତି ସମ୍ବଲପୁର ସାଂସଦ । ଆମ ସାଂସଦ ଲୋକପ୍ରିୟତା ହରାଇସାରିଲେଣି । ସେ ସାଂସଦରେ ଛିଡା ହେଲେ ହରିବେ । ବିଧାୟକ ଛିଡା ହେଲେ ମଧ୍ୟ ହାରିବେ । ସେ ଜଦି ଛିଡା ହୁଅନ୍ତି ହାରିବା ପକ୍କା । ସ୍ୱାମୀ- ସ୍ତ୍ରୀ ଭିତରେ ଲଢେ଼ର ହେଇ ଲୋକପ୍ରିୟତା ହରେଛନ୍ତି ସମ୍ବଲପୁର ସାଂସଦ। ଲୋକ ମାନଙ୍କ ପାଖକୁ ଆଉ ଗଲେ ନାହିଁ। ଲୋକଙ୍କ କୌଣସି କାମ କଲେ ନାହିଁ । ଲୋକେ ତାଙ୍କୁ ଘୃଣା କରୁଛନ୍ତି। ମୋ ମତରେ ସେ ଛିଡା ନ ହେବା ଭଲ ବୋଲି କହିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ।