ଭିଜିଲାନ୍ସ କୋର୍ଟରେ ହାଜର ପରେ ଗଲେ ଜେଲ୍

ଭିଜିଲାନ୍ସ କୋର୍ଟରେ ହାଜର ପରେ ଗଲେ ଜେଲ୍

ନବରଙ୍ଗପୁର: ଜେଲ୍ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ହାଜର ପରେ ଗଲେ ଜେଲ୍ । ୫ ଦିନିଆ ରିମାଣ୍ଡ ଅବଧି ଶେଷ ପରେ କୋର୍ଟରେ ହାଜର ହୋଇଥିଲେ । ଆସନ୍ତା ୭ ତାରିଖରେ ପୁଣି କୋର୍ଟରେ ହାଜର ହେବେ
ସୂଚନା ଥାଉକି, ଏଇ କିଛି ଦିନ ତଳେ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର । ଆୟ ବହିର୍ଭୂତ ସଂପତ୍ତି ଠାବ ଅଭିଯୋଗରେ ଆକ୍ସନ ନେଇଛନ୍ତି ସରକାର । ଏହା ପୂର୍ବରୁ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ ୩ କୋଟି ଟଙ୍କା ସହ ୭ କୋଟିରୁ ଅଧିକ ସ୍ଥାବର ଅସ୍ଥାବ ସଂପତ୍ତି ଜବତ କରିଥିଲା ଭିଜିଲାନ୍ସ ଟିମ୍ ।

ଆୟରୁ ଅଧିକ ସମ୍ପତ୍ତି ଅଭିଯୋଗରେ ତାଙ୍କ ଘର, ଅଫିସ୍‌, ପୈତୃକ ଘର ସହ ମୋଟ୍‌ ୯ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରି ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା । ଆୟଠାରୁ ୫୦୦%ରୁ ଅଧିକ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର କାନନ ବିହାର ଓ ନବରଙ୍ଗପୁର ଘରୁ ନଗଦ ୩ କୋଟି ୨ ଲକ୍ଷ ଟଙ୍କା ମିଳିଛି । ସେ ସବୁ ଟଙ୍କାକୁ ପ୍ରଶାନ୍ତ ପେଟି ଓ ବହି ଥାକରେ ଲୁଚାଇ ରଖିଥିଲେ ।

ଏମିତିକି ଭିଜିଲାନ୍ସ ଟିମ୍‌କୁ ଦେଖି ପଡ଼ୋଶୀଙ୍କ ଛାତକୁ ଫିଙ୍ଗି ଦେଇଥିଲେ ବିଡା ବିଡା ଟଙ୍କା । ନବରଙ୍ଗପୁର ସରକାରୀ ବାସଭବନର ତାଜା ଉପରେ ପେଟିରୁ ଜବତ ହୋଇଛି ୭୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା । ଏଥସହ ସରକାରୀ ବାସଭବନ ଆଲମିରାରୁ ମିଳିଛି ନଗଦ ୧୨ଲକ୍ଷ ୪୮ ହଜାର ୮୦୦ ଟଙ୍କା ଜବତ କରାଯାଇଥିଲା ।