ଯୋଡ଼ା ଶ୍ରାବଣ, ୧୦ ରୁ ୧୭ ତାରିଖ ପର୍ୟ୍ୟନ୍ତ ଜଳଲାଗି

ଯୋଡ଼ା ଶ୍ରାବଣ, ୧୦ ରୁ ୧୭ ତାରିଖ ପର୍ୟ୍ୟନ୍ତ ଜଳଲାଗି

ଭୁବନେଶ୍ୱର: ଚଳିତ ବର୍ଷ ୨ଟି ଶ୍ରାବଣ ମାସ ଅର୍ଥାତ ଯୋଡା ଶ୍ରାବଣ । କିନ୍ତୁ ମହାଦେବଙ୍କ ଠାରେ ବୋଲବୋମ ଭକ୍ତ ୮ଟି ନୁହେଁ କେବଳ ୪ଟି ସୋମବାର ବା ଗୋଟିଏ ମାସ ହିଁ ଜଳଲାଗି କରିବେ । ଅର୍ଥାତ ଆସନ୍ତା ୧୦ ତାରିଖରୁ ୧୭ ତାରିଖ ପର୍ୟ୍ୟନ୍ତ ଜଳଲାଗି କରାଯାଇ ପାରିବ । ଏହା ପରେ ଗୋଟିଏ ମାସ ପର୍ୟ୍ୟନ୍ତ ଅଥବା ଅଗଷ୍ଟ ମାସ ୧୬ ତାରିଖ ଯାଏ ଜଳଲାଗି ହୋଇ ପାରିବ ନାହିଁ । କାରଣ ଏହି ମାସକ ଅବଧି ଅଶୁଦ୍ଧ ସମୟ ଅଟେ ବୋଲି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବଡୁ ସେବାୟତ କମଳାକାନ୍ତ ବଡୁ ଏବଂ ବିଷୋୟୀ ସେବାୟତ ରବୀନ୍ଦ୍ର ବିଷୋୟୀ ସୂଚନା ଦେଇଛନ୍ତି । ତେଣୁ ଦ୍ୱିତୀୟ ପର୍ୟ୍ୟାୟରେ ଅଗଷ୍ଟ ୧୭ ରୁ ୩୧ ତାରିଖ ପର୍ୟ୍ୟନ୍ତ ମାନଶିକଧାରୀମାନେ ଜଳଲାଗି କରିବେ ।