ତୁଳସୀରେ ତ୍ୱଚା ଯତ୍ନ

ଭୁବନେଶ୍ୱର : ଆୟୁର୍ବେଦରେ ତୁଳସୀକୁ ମହୋଷଧି ଭାବେ ବର୍ଣ୍ଣନା କରାଯାଇଛି । ଏଇ ଔଷଧୀୟ ଗଛଟି ଭାରତୀୟ ଜଳବାୟୁରେ ଭଲଭାବେ ବଢେ । ତୁଳସୀକୁ ମଧ୍ୟ ଘରେ ଘରେ ବିଭିନ୍ନ ଉପାୟରେ ପ୍ରୟୋଗ କରାଯିବା ଦେଖାଯାଇଛି । ଏବେ ତା ପ୍ରୟୋଗ ବିଷୟରେ ଜାଣିବା -
-ତୁଳସୀରେ ଥିବା ଗୁଣ ଆମ ତ୍ୱଚାକୁ ପୋଷଣ ଦିଏ । ଏହି ପତ୍ରରେ ସୈାନ୍ଦର୍ଯ୍ୟର ଉପଚାର ବି କରାଯାଉଛି । ପ୍ରାକୃତିକ ମଏଶ୍ଚରାଇଜର ଭଳି କାମ କରେ ବୋଲି ବିୋଷଜ୍ଞ ଦଳ କହିଛନ୍ତି ।
-ତୁଳସୀ ପତ୍ରକୁ ବାଟି ବା ଛେଚି ଏହାର ରସ ବାହାର କରିବେ । ସେଥିରେ ବେସନ ଅଧଚାମଚ, ଖିର ଅଧଚାମଚ ଓ ଅଟା ୧ ଚାମଚ ମିଶାଇ ମୁହଁ,ବେକ ,ହାତ ଓ ପାଦରେ ଲଗାନ୍ତୁ । ୧୦ ମିନିଟ ପରେ ଥଣ୍ଡା ପାଣିରେ ଧୋଇବେ । ସପ୍ତାହକୁ ଥରେ ଏହି ପ୍ୟାକ ଲଗାଇଲେ ଧୀରେ ଧୀରେ ଦାଗ ଦୂର ହେବା ସହ ବ୍ରଣ ହେବନି ।
- କେଶରେ ରୂପି ହେଉଥିଲେ ତୁଳସୀ ରସରେ ଦହି ମିଶାଇ ମଥାରେର ଲଗାଇବେ । ୩୦ ମିନିଟ ପରେ କେଶକୁ ସଫା କରନ୍ତୁ । ମାସକୁ ୨-୩ ଥର ଏହି ମିଶ୍ରଣ ଲଗାଇଲେ ରୁପି ହେବନି । ତ୍ୱଚାରେ ଆଲର୍ଜି ହେଉଥିଲେ କିମ୍ବା ସବୁବେଳେ ଦୁର୍ଗନ୍ଧ ବାହାରୁଥିଲେ , ବାଲଟିଏ ପାଣିରେ ୨ କପ୍ ତୁଳସୀ ଫୁଟା ପାଣି ମିଶାଇ ନିୟମିତ ଗାଧୋଇଲେ ଲାଭ ମିଳିବ ।