ସିବିଆଇ,ଇଡି ଏବେ ଓଡିଶାମୁହାଁ

ସିବିଆଇ,ଇଡି ଏବେ ଓଡିଶାମୁହାଁ

ଭୁବନେଶ୍ୱର ; ଓଡିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଡେରା ପକାଇଛନ୍ତି । ବହୁ ଚର୍ଚ୍ଚିିତ ଚିଟ୍‌ଫଣ୍ଡ ମାମଲା ର ତଦନ୍ତ ଅଧପନ୍ତରିଆ ରହିଛି । ସିବିଆଇ ମଧ୍ୟ ହାତ ବାନ୍ଧି ବସିଯାଇଥିଲା । ହେଲେ ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ସିବିଆଇ ତନାଘନା ଜାରି ରଖିଛି । ସେପଟେ ଆୟକର ବିଭାଗ ଡିଏନ୍‌ ଗ୍ରୁପ୍‌ ଉପରେ ଚଢଉ କରି କଳାଟଙ୍କା ଠୁଳ କରିଥିଲେ । ଏହି ମାମଲାରେ ଏବେ ଇଡି କୁ ଅପେକ୍ଷା । କେବେ ଇଡି ଏହାର ତଦନ୍ତ କରିବ ତାହାର ସୂଚନା ମିଳିନାହିଁ । ସେପଟେ ପାକିସ୍ତାନ ସେନାକୁ ତଥ୍ୟ ଯୋଗାଇବା ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କୁ ଧରିବା ଜେରା ପାଇଁ ଏକାଧିକ କେନ୍ଦ୍ରୀୟ ସଂସ୍ଥା ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି ଫେରିଛନ୍ତି । ଖୁବ୍‌ ଶୀଘ୍ର ପୁଣି ଗୋଟିଏ ଟିମ୍‌ ଆସିବା ନେଇ ସୂଚନା ମିଳୁଛି । ଏସବୁ ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପ୍ୱର୍ବରୁ ଓଡିଶାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପୁଣି ଥରେ ଘଂଟା ଚକଟା ଆରମ୍ବ କରିବେ ବୋଲି ସୂଚନା ମିଳିଛି ।