ଟ୍ରେନ୍ ଟ୍ରାଜେଡି;ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ

ଟ୍ରେନ୍ ଟ୍ରାଜେଡି;ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ ରେଲୱେ ବୋର୍ଡ ଚେୟାରମ୍ୟାନ  ଓ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ କରିଛନ୍ତି ଜାତୀୟମାନବାଧିକାର କମିଶନ। ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସଂପର୍କିତ ଏକ ପିଟିସନ ଆଧାରରେ, ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି  ଜାତୀୟ ମାନବାଧିକାର କମିଶନ।

ସୂଚନା ଅନୁସାରେ, ରେଳ କର୍ତ୍ତୃପକ୍ଷଙ୍କ ଅବହେଳା ଓ ବିଫଳତା ଯୋଗୁ ଦୁର୍ଘଟଣାଗ୍ରସ୍ତ ଟ୍ରେନର ମୃତାହତ ଯାତ୍ରୀମାନଙ୍କ ଅଧିକାର ଉଲ୍ଲଂଘନ ହୋଇଥିବା ଏକ ପିଟିସନ୍ ଦାୟର କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ। ଶବ ସଂରକ୍ଷଣ, ଦୁର୍ଘଟଣା ପରେ ଚୋରି, ମୃତଦେହର ନକଲି ଦାବିଦାର ଆଦି ଘଟଣା ନଜରକୁ ଆସିଛି । ଏଥିପାଇଁ ରେଲୱେ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଛି। ଉପଯୁକ୍ତ ସ୍ଥାନ ଅଭାବରୁ ଶବଗୁଡ଼ିକର ସମ୍ମାନ ସୁନିଶ୍ଚିତ କରାଯାଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି। ଏହି ପିଟିସନ୍ ଆଧାରରେ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ। ଘଟଣାକୁ ନେଇ କି କାର୍ୟ୍ୟାନୁଷ୍ଠାନ ନିଆଯାଇଛି, ତାହା ଜଣାଇବାକୁ ରିପୋର୍ଟ ମଗାଯାଇଛି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ  ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ରହିଛି।