ରାମାୟଣ’ ପାଇଁ ୟଶ୍ ନେଇଛନ୍ତି ୧୫୦ କୋଟି
ସାଉଥ୍ ସୁପରଷ୍ଟାର ୟଶଙ୍କ ଅଭିନୀତ ‘କେଜିଏଫ୍ ଚାପ୍ଟର-୨' ହିଟ୍ ହେବା ପରେ ଦର୍ଶକେ ଏବେ ତାଙ୍କର ଆଗାମୀ ଫିଲ୍ମକୁ ଅପେକ୍ଷା କରିଛନ୍ତି । ୟଶ୍ ‘ଟକ୍ସିକ୍’ ଫିଲ୍ମରେ କାମ କରୁଛନ୍ତି ବୋଲି ତାଙ୍କ ପ୍ରଶଂସକମାନଙ୍କୁ କିଛି ଦିନ ପୂର୍ବରୁ ଏକ ଭିଡିଓ ସେୟାର୍ କରି ଜଣାଇଥିଲେ । ତେବେ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ'ରେ ବି ୟଶ୍ ଅଭିନୟ କରିପାରନ୍ତି । ‘ରାମାୟଣ' ପାଇଁ ୟଶ୍ ବେଶ୍ ମୋଟା ଅଙ୍କର ପାରିଶ୍ରମିକ ନେଇଥିବା ଆଲୋଚନା ହେଉଛି । ଏହାକୁ ନୀତେଶ ତିନୋଟି ପାର୍ଟରେ ନିର୍ମାଣ କରିବେ । ଏଥିରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ, ସାଇପଲ୍ଲବୀ ସୀତାଙ୍କ ଭୂମିକାରେ ଏବଂ ୟଶ୍ ରାବଣ ଭୂମିକାରେ ଦେଖାଯିବେ । ତେବେ ୟଶ୍ ରାମାୟଣର ପ୍ରତ୍ୟେକ ପାର୍ଟ ପାଇଁ ୫୦ କୋଟି ଲେଖାଏଁ ନେଇଛନ୍ତି । ଏହି ହିସାବରେ ତାଙ୍କ ପକେଟ୍କୁ ୧୫୦ କୋଟି ଯିବ ।




admin 