କାହିଁକି ନଖରେ ହୁଏ ଧଳା ଦାଗ , ଜାଣନ୍ତି କି?

କାହିଁକି ନଖରେ ହୁଏ ଧଳା ଦାଗ , ଜାଣନ୍ତି କି?

ଅନେକଥର ନଖ ଉପରେ ଧଳା ରଙ୍ଗର ଦାଗ ଦେଖାଯାଏ ଓ ଏହି ଦାଗ କିଛିଦିନ ରହିବା ପରେ ଆପେ ଆପେ ଚାଲିଯାଏ । ଶରୀରରେ ଜିଙ୍କ ଓ କ୍ୟାଲ୍‌ସିୟମ୍‌ର ଅଭାବ ହେଲେ ନଖ ଉପରେ ଧଳା ଦାଗ ଦେଖାଯାଏ । କ୍ୟାଲସିୟମ୍‌ର ଅଭାବ ହାଡ଼ ଦୁର୍ବଳ କରିଥାଏ । ତେଣୁ ନଖ ଉପରେ ଧଳା ଦାଗ ଦେଖାଯିବା ମାତ୍ରେ ନିଜ ଖାଦ୍ୟରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ସହିତ ଜିଙ୍କ୍‌ ଓ କ୍ୟାଲସିୟମ୍‌କୁ ସାମିଲ କରିବା ଉଚିତ । ଏହାବ୍ୟତୀତ କେମୋଥେରାପି, କିଡ୍‌ନି ସମସ୍ୟା, ହୃଦ୍‌ରୋଗ, ଏନିମିଆ ଓ ମଧୁମେହ ଆଦି ସମସ୍ୟାରେ ମଧ୍ୟ ନଖରେ ଧଳାଦାଗ ଦେଖାଯାଏ । ତେଣୁ ନଖରେ ଧଳା ଦାଗ ଦେଖାଗଲେ, ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଉଚିତ ।