ସ୍ୱାସ୍ଥ୍ୟ ପାଇଁ ଉପକାରୀ ଲାଲ ଅଙ୍ଗୁର

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଲାଲ ଅଙ୍ଗୁର

ଆପଣଙ୍କୁ ଅଙ୍ଗୁର ଖାଇବା ପସନ୍ଦ କି? ତେବେ ଖାଆନ୍ତୁ ଲାଲ ଅଙ୍ଗୁର୍ । କାରଣ ଲାଲ ଅଙ୍ଗୁର ସବୁଠୁ ଅଧିକ ଲାଭପ୍ରଦ । ଲାଲ୍‌ ଅଙ୍ଗୁରରେ ସର୍ବାଧିକ ଆଣ୍ଟିଅକ୍ସିଡାଣ୍ଟ ରହିବା ସହିତ ଭିଟାମିନ୍‌, ଭିଟାମିନ୍‌ ସି, କ୍ୟାଲସିୟମ୍‌ ଏବଂ ଆଇରନ୍‌ ରହିଛି । 

ନିୟମିତ ଅଳ୍ପ ଅଳ୍ପ ଲାଲ ଅଙ୍ଗୁର ଖାଇଲେ ହୃଦ୍‌ରୋଗ ସମ୍ବନ୍ଧୀୟ ଜଟିଳତା ଦୂର ହୁଏ । ଲାଲ ଅଙ୍ଗୁରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶିରାପ୍ରଶିରା ଓ ସ୍ନାୟୁକୁ ଆରାମ ଦେଇଥାଏ । 

ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ଲାଲ ଅଙ୍ଗୁର ବହୁତ ଉପକାରୀ ।  

ଲାଲ୍‌ ଅଙ୍ଗୁର ନିୟମିତ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ହୁଏ । କାରଣ ଲାଲ୍‌ ଅଙ୍ଗୁରରେ ଥିବା ଭିଟାମିନ୍‌ ଏବଂ ଫ୍ଲାଭୋନାଏଡ୍‌ ଆଖିର କୋଷିକାଗୁଡ଼ିକୁ ଆରାମପ୍ରଦାନ କରିବାରେ ସାହାଯ୍ୟ କରେ ।

ଲାଲ୍‌ ଅଙ୍ଗୁରରେ ଥିବା କ୍ୟାଲସିୟମ୍‌ ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ ।