ବାସ୍ତୁ କୁହେ କେଉଁ ଜିନିଷ କେଉଁଠି ରଖିଲେ ଶୁଭ?
ବାସ୍ତୁଶାସ୍ତ୍ରରେ ଫଟୋଫ୍ରେମ୍ଠାରୁ ଆରମ୍ଭ କରି ଫୁଲଦାନି ପର୍ଯ୍ୟନ୍ତ ସବୁ ଜିନିଷକୁ ରଖିବା ପାଇଁ ନିର୍ଦ୍ଦିଷ୍ଟ ଦିଗ ସମ୍ପର୍କରେ କୁହାଯାଇଛି । ବାସ୍ତୁ ନିୟମ ଅନୁସାରେ ଘରକୁ ସଜାଇବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ହୋଇପାରିବ ।
ଘରକୁ ସଜାଇବା ପାଇଁ ଫୁଲଦାନିକୁ ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ, ଫଳରେ ସକାରାତ୍ମକ ଶକ୍ତି ବୃଦ୍ଧି ହୁଏ ।
- ଦର୍ପଣକୁ ଘରର ପୂର୍ବ କିମ୍ବା ଉତର କାନ୍ଥରେ ଲଗାନ୍ତୁ । ଏହାଦ୍ୱାରା ଧନସମ୍ପତି ବୃଦ୍ଧି ହୁଏ ।
- ମୁଖ୍ୟ ଦ୍ୱାର ପାଖରେ ଦର୍ପଣ କିମ୍ବା କାଚ ନିର୍ମିତ ବସ୍ତୁ ରଖନ୍ତୁ ନାହିଁ ।
- ଲିଭିଙ୍ଗ୍ ରୁମର ଦକ୍ଷିଣ ଦିଗରେ ଟିଭି, ମ୍ୟୁଜିକ୍ ସିଷ୍ଟମ୍ ଭଳି ଉପକରଣ ରଖନ୍ତୁ ।
- ପରିବାରର ଫଟୋ ଫ୍ରେମ୍ ସବୁବେଳେ ଉତର ଓ ପୂର୍ବ ଦିଗରେ ରଖନ୍ତୁ, ଯାହାକି ପାରିବାରିକ ସ୍ନେହ ସମ୍ପର୍କ ବୃଦ୍ଧି କରେ ।
- ଘରର ମଧ୍ୟ ଭାଗକୁ ସବୁବେଳେ ସଫାସୁତୁରା ରଖନ୍ତୁ । ଏହି ସ୍ଥାନରେ ଅଧିକ ଭାରି ଜିନିଷ ରଖନ୍ତୁ ନାହିଁ ।




admin 