ଏହି ଗଛ ବଢାଏ ଧନ , ଆଣିଥାଏ ସୁଖଶାନ୍ତି
ଜେଡ୍ ପ୍ଲାଣ୍ଟ ହେଉଛି ଇଣ୍ଡୋର ପ୍ଲାଣ୍ଟ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ବା ଫ୍ରେଣ୍ଡସିପ୍ ପ୍ଲାଣ୍ଟ ବି କୁହାଯାଇଥାଏ । ଏହି ଗଛକୁ ଘରେ ଲଗାଇଲେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ବନ୍ଧୁତାରେ ନିବିଡ଼ତା ଆସିଥାଏ ବୋଲି ବିଶ୍ୱାସ ରହିଛି । ଭାଗ୍ୟ ଓ ଧନକୁ ସ୍ୱାଗତ କରୁଥିବା ଏହି ଗଛକୁ ଘରର ମୁଖ୍ୟଦ୍ୱାର ନିକଟରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ମୁଖ୍ୟଦ୍ୱାର ପାଖରେ ଏହାକୁ ରଖିଲେ, ଘରକୁ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜ୍ଜାକୁ ଏହା ରୋକିଥାଏ । ଧ୍ୟାନ ଦେବେ ଏହି ଗଛକୁ ମଝିରେ ମଝିରେ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ରଖିବେ । ଏହି ଗଛ ଉପରେ ଆଲୋକ ପଡିଲେ, ଏହା ଘରେ ସୁଖସମୃଦ୍ଧି ବୃଦ୍ଧି କରେ ଓ ପରିବାରର ସଦସ୍ୟଙ୍କ ଭିତରେ ଆତ୍ମବିଶ୍ୱାସ ଭରିଥାଏ ।ଏହାକୁ କେବେ ବି ଅନ୍ଧାରୁଆ ଅପରିଷ୍କାର ସ୍ଥାନରେ ରଖିବେ ନାହିଁ । ବେଡ୍ରୁମ୍ରେ ମଧ୍ୟ ଏହାକୁ ରଖିବା ଭଲ ନୁହେଁ ।




admin 