ଖରା ପାଇଁ ଫ୍ରିଜ୍‌ ପାଣି ପିଉଛନ୍ତି କି? ସାବଧାନ

ଖରା ପାଇଁ ଫ୍ରିଜ୍‌ ପାଣି ପିଉଛନ୍ତି କି? ସାବଧାନ

ଖରାରେ ଘରୁ ବାହାରକୁ ବାହାରିବା ମାତ୍ରେ ଏଭଳି ଲାଗୁଛି ଯେମିତି ଶରୀରରେ ଆଉ ଶକ୍ତି ନାହିଁ । 

ତେବେ ଏହି ଗରମରେ ଅନେକ ଲୋକ ଫ୍ରିଜରୁ ପାଣି ବାହାର କରି ସଙ୍ଗେ ସଙ୍ଗେ ପିଉଛନ୍ତି ।ଯାହା ଭୁଲ୍‌ । ଗରମରେ ଅଧିକ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏଥିସହ ଇନଫେକ୍ସନର ସମ୍ଭାବନା ବଢିଯାଏ । ପାଣି ଶରୀରକୁ ହାଇଡ୍ରେଡ କରିବାର କାମ କରିଥାଏ । ଡାକ୍ତରଙ୍କ ମୁତାବକ ପ୍ରତିଦିନ ୩ ରୁ ୪ ଲିଟର ପାଣି ପିଇବା ଆବଶ୍ୟକ । ପାଣି ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହା ଶରୀରକୁ ହାଇଡ୍ରେଡ୍‌ ରଖିବା ସହ ଶରୀରରୁ ବର୍ଜ୍ୟବସ୍ତୁ ବାହାରିବାରେ ସାହାଯ୍ୟ କରିବ । ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ ରଖିବା ଲାଗି ଫ୍ରିଜରୁ ପାଣି ବାହାର କରି ସଂଗେ ସଂଗେ ପିଅନ୍ତୁ ନାହିଁ । ଏହାଦ୍ୱରା ସାମାନ୍ୟ ଥଣ୍ଡା ମଧ୍ୟ ହୋଇଥାଏ ।