ଘରର ଦକ୍ଷିଣ ଦିଗରେ କଦାପି ରଖନ୍ତୁନି ଏସବୁ

ଘରର ଦକ୍ଷିଣ ଦିଗରେ କଦାପି ରଖନ୍ତୁନି ଏସବୁ

ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ପିତୃ ପୁରୁଷଙ୍କ ଦିଗ କୁହାଯାଏ । ଆପଣ ଜାଣନ୍ତି, ଏଠାରେ ଏମିତି କିଛି ଜିନିଷ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଉପରେ ପିତୃଦୋଷ ଲାଗିପାରେ । ବାସ୍ତୁ ଅନୁସାରେ ଦକ୍ଷିଣ ଦିଗର ଉପାଦାନ ହେଉଛି ଅଗ୍ନି ଏବଂ ଅଗ୍ନିର ସୂଚକ ହେଉଛି ଲାଲ ରଙ୍ଗ । ତେଣୁ ଦକ୍ଷିଣ ଦିଗ ଲାଲ ରଙ୍ଗ ସହିତ ଜଡିତ । ଏହି ଦିଗ ଗ୍ରୀଷ୍ମ ଋତୁ ସହିତ ମଧ୍ୟ ଜଡିତ । ଉଭୟ ଅଗ୍ନି ଏବଂ ନାଲି ରଙ୍ଗ ଗ୍ରୀଷ୍ମ ସମୟରେ ଅଧିକ ସମୃଦ୍ଧ ହୋଇଥାଏ । ଦକ୍ଷିଣ ଦିଗରେ ଲାଲ ରଙ୍ଗ କରିବା କିମ୍ବା ଲାଲ ରଙ୍ଗର ଜିନିଷ ରଖିବା ଏହି ଦିଗ ସହିତ ଜଡିତ ଉପାଦାନଗୁଡ଼ିକ ପାଇଁ ଶୁଭ ଫଳାଫଳ ଦେଇଥାଏ । ଯେହେତୁ ଏହି ଦିଗଟି ଘରର ମଝିଆ ଝିଅ ସହିତ ମଧ୍ୟ ଜଡିତ । ତେଣୁ ଦକ୍ଷିଣ ଦିଗକୁ ଲାଲ ରଙ୍ଗ କରିବା ସହିତ ଅଗ୍ନି ସମ୍ବନ୍ଧୀୟ ଜିନିଷ ରଖିବା ଦ୍ୱାରା ଘରର ମଝିଆ ଝିଅର ବହୁତ ଲାଭ ହୋଇଥାଏ ।