ଏମିତି କଲେ ରକ୍ତରେ ବଢିବ ହିମୋଗ୍ଲୋବିନ୍

ହେମୋଗ୍ଲୋବିନ୍ ରକ୍ତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । କାରଣ ଏହା ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ଯୋଗାଇଥାଏ । ଏଥି ସହିତ, ଯଦି ରକ୍ତରେ ହେମୋଗ୍ଲୋବିନର ଅଭାବ ଥାଏ, ତେବେ ଏହା ଅମ୍ଳଜାନ ଯୋଗାଣ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏଠାରେ ଆମେ ଆପଣଙ୍କୁ କହିବୁ ହେମୋଗ୍ଲୋବିନର ଅଭାବକୁ ଦୂର କରିବା ପାଇଁ କଣ କରିବା ଉଚିତ ? ଆପଣ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଓ ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହାଛଡା ଆପଣ ଫୁଲକୋବି, ବନ୍ଧାକୋବି, ପାଳଙ୍ଗ ଶାଗ କଦଳୀ ଆଦି ଲୌହସାର ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ନିଶ୍ଚିତ ଭାବରେ ଖାଦ୍ୟରେ ଫୋଲେଟ୍ ଅନ୍ତର୍ଭୁକ୍ତ କରନ୍ତୁ । ଏଥିପାଇଁ ଆପଣ ଖାଦ୍ୟରେ ସବୁଜ ମଟର, ମସୁର ଡାଲି ଏବଂ ରାଜମା ଭଳି ଜିନିଷ ଖାଇବା ଉଚିତ୍ । ଏଥିପାଇଁ ଆପଣ ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ମାଛ ଖାଇପାରିବେ ।