ହେୟାର ଷ୍ଟ୍ରେଟନିଂ କଲେ ହେଉଛି କିଡନୀ ରୋଗ
ଆଜିକାଲି ଫେସିଆଲ୍ ଓ ହେୟାର ଷ୍ଟ୍ରେଟନିଂର ଚାହିଦା ବଢିଚାଲିଛି । ଯାହା କ୍ଷତିକାରକ ସାବ୍ୟସ୍ତ ହୋଇଛି । ହେୟାରରେ ଏହି ଟ୍ରିଟ୍ମେଣ୍ଟ୍ ପରେ କିଡନୀ ସମସ୍ୟାରେ ପୀଡିତ ହେବାର ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ଏହାପରେ ସେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଓ ଯୁବତୀ ଡାକ୍ତରମାନଙ୍କୁ କହିଥିଲେ ଯେ, ତାଙ୍କ କେଶରେ ଗ୍ଲାୟୋକ୍ସିଲିକ୍ ଏସିଡ୍ ଥିବା ଏକ କ୍ରିମ୍ ବ୍ୟବହାର କରାଯାଇଥିଲା । ଏହା ପରେ ସେହି କେମିକାଲ ପ୍ରଡକ୍ଟକୁ ମୂଷାଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଫଳାଫଳ ଏହି ଏସିଡ୍ ତାଙ୍କ ଚର୍ମରେ ଅବଶୋଷିତ ହୋଇ କିଡନୀରେ ପହଞ୍ଚିଥିଲା, ଯାହା ପରେ କ୍ଷତି ଘଟାଇଥିଲା । ଅଧ୍ୟୟନରେ ଅନୁସାରେ, ଅକ୍ସାଲେଟ୍ ନେଫ୍ରୋପାଥି କାରଣରୁ ଯୁବତୀଙ୍କର ବାରମ୍ବାର କ୍ରନିକ୍ କିଡନୀ ସମସ୍ୟା ହୋଇଥିଲା । ଏଥିପାଇଁ ଗ୍ଲାୟୋକ୍ସିଲିକ୍ ଏସିଡ୍ ଥିବା କେମିକାଲ ହେୟାର ଷ୍ଟ୍ରେଟନିଂ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ ।




admin 