ଡାକ ଟିକେଟ୍ ବିକି୍ର ଅହେତୁକ ହ୍ରାସ

ଡାକ ଟିକେଟ୍ ବିକି୍ର ଅହେତୁକ ହ୍ରାସ

ଡାକ ଟିକେଟ୍ ବିକି୍ର ଅହେତୁକ ହ୍ରାସ
ନୂଆଦିଲ୍ଲୀ : ଦେଶରେ ହ୍ୱାଟସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ବ୍ୟାପକ ବ୍ୟବହାର ଡାକ ବିଭାଗ ପକାଇଁ ଘାତକ ସାଜିଛି । ଏହା ଦ୍ୱାରା ଡାକ ଟିକେ ବିକି୍ରରେ ଆଶାତୀତ ହ୍ରାସ ଦେଖିବାକୁ ମିଳିଛି । ଡାକ ଟିକେଟ ବିକି୍ରଜନିତ ରାଜସ୍ୱ ଆୟ ୭୯% ହ୍ରାସ ପାଇଛି । ସୂଚନା ଅଧିକାର (ଆରଟିଆଇ) ସୂତ୍ରରୁ ମିଳିଥିବା ଖବର ମୁତାବକ ୨୦୧୮-୧୯ ଆର୍ଥିକ ବର୍ଷରେ ଡାକ ଟିକେଟ ଓ ଅନ୍ୟାନ୍ୟ ପୋଷ୍ଟେଜ ଷ୍ଟାମ୍ପ ବିକି୍ର ହ୍ରାସ ଘଟିବାରୁ ଡାକ ବିଭାଗର ରାଜସ୍ୱ ଆୟ ୭୮.୭୬ % କମି ୭୮.୨୫ କୋଟି ଟଙ୍କାକୁ ଖସି ଆସିଛି । ୨୦୧୭-୧୮ ରେ ବିଭାଗ ଟିକଟ ବିକି୍ରରୁ ୩୬୬.୬୯ କୋଟି ଟଙ୍କା ରାଜସ୍ୱ ଆୟ କରିଥିବା ବେଳେ ୨୦୧୬-୧୭ରେ ଏହା ୪୭୦.୯୦ କୋଟି ଟଙ୍କା ରହିଥିଲା । ଡାକ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଆମେ ସାଧାରଣ ଡାକ ଟିକଟ ବ୍ୟତୀତ ରେଭିନୁ୍ୟ ଷ୍ଟାମ୍ପ ଓ ଅନ୍ୟାନ୍ୟ ଷ୍ଟାମ୍ପ ବିକି୍ର କରୁଛୁ । ଆମ ରାଜସ୍ୱ ଆୟରେ ଷ୍ଟାମ୍ପ ବିକି୍ର ରାଜସ୍ୱର ଅଧିକ ଅବଦାନ ରହିଛି । କିନ୍ତୁ ଏହାର ବିକି୍ର କ୍ରମାଗତ ଭାବେ ହ୍ରାସ ପାଇବା ଚିନ୍ତାଜନକ ବିଷୟ ପାଲଟିଛି । ଏ ବାବଦରେ ଇନେ୍ଦାର ଅନ୍ତର୍ଗତ ତିଳକନଗର ଡାକ କାର୍ଯ୍ୟାଳୟର ଜାଣେ ବରିଷ୍ଠ ପୋଷ୍ଟମ୍ୟାନ୍ କୁହନ୍ତି, ଦିନ ଥିଲା ଚିଠି ଓ ଅନ୍ୟାନ୍ୟ ପାର୍ସଲରେ ବ୍ୟାଗ ଭର୍ତ୍ତି ହୋଇଯାଉଥିଲା । ବୋହିବା କଷ୍ଟକର ହେଉଥିଲା । ଉଭୟ ଘରୋଇ ଓ ସରକାରୀ ଚିଠି ଭାଗ ବି ଅଧିକ ରହୁଥିଲା । କିନ୍ତୁ ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ । କେବଳ ହାତଗଣତି କିଛି ସରକାରୀ ବିଭାଗ ଓ ବେସରକାରୀ କମ୍ପାନୀର ଚିଠି ଦେଣନେଣ ହେଉଛି । ବ୍ୟାଗ ଅଧିକାଂଶ ସମୟରେ ଖାଲି ପଡ଼ୁଛି କହିଲେ ଚଳେ । ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ଯୋଗୁଁ ଏହି ସ୍ଥିତି ଉପୁଜୁଛି ।