ବାସ୍ତୁ ଅନୁଯାୟୀ କଣ କଲେ ଶୁଭ , କଣ ଅଶୁଭ
ବାସ୍ତୁ କୁହେ କିଛି ଘଟଣା ଆପଣଙ୍କୁ ପୂର୍ବ ସୂଚନା ଦେଇଥାଏ । ଆଜ୍ଞା ହଁ। ଏହା ଦ୍ବାରା ଗୃହର ଶୁଭ ଅଶୁଭ ସବୁ ଜାଣିବାକୁ ମିଳିଥାଏ ।
ବାସ୍ତୁ ଶାସ୍ତ୍ରରେ ଏହାକୁ ନେଇ ଅନେକ କଥା ଲିଖିତ ହୋଇଛି । ଜାଣନ୍ତୁ କଣ ସେସବୁ ।
- ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରିବା ବା ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଘରର ବାସ୍ତୁଦୋଷ ଦୂର କରିବାରେ ଏହି ଚିହ୍ନ ବେଶ ଉପକାରୀ ।
- ଘରର କୌଣସି କୋଣକୁ ପବିତ୍ର କରି ସେଠାରେ ସିନ୍ଦୁର କିମ୍ବା ଚନ୍ଦନରେ ଓଁ ଅଙ୍କନ କରିବା କିମ୍ବା ଓଁ ଚିହ୍ନ ଆଣି ଲଗାଇବା ଶୁଭଫଳ ଦେଇଥାଏ ।
- ସକଳ ଶକ୍ତିର ଆଧାର ସୂର୍ଯ୍ୟ । ମୁଖ୍ୟ ଦ୍ୱାରରେ ସୂର୍ଯ୍ୟଙ୍କ ଛବି ଅଙ୍କନ କରିବା କିମ୍ବା ତମ୍ବା ନିର୍ମିତ ସୂର୍ଯ୍ୟ ପ୍ରତିମା ମୁଖ୍ୟଦ୍ୱାରରେ ଲଗାଇବା ଦ୍ୱାରା ସୁଖ- ସମୃଦ୍ଧି ଆସିଥାଏ ।
- ହଳଦୀକୁ ପ୍ରତ୍ୟେକ ଶୁଭ କର୍ମରେ ଲୋଡ଼ାଯାଇଛି । ଏହା ମଧ୍ୟ ବୃହସ୍ପତିଙ୍କ କାରକ । ଘରର ମୁଖ୍ୟଦ୍ୱାରରେ ହଳଦୀ ଚିହ୍ନ ରହିଲେ ଏହା ରୋଗମୁକ୍ତ ରଖିପାରେ ବୋଲି ବାସ୍ତୁବିତ କୁହନ୍ତି ।




admin 