ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି?

ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି?

 ଆପଣ ଚାହିଁଲେ କେତୋଟି ଘରୋଇ ଉପଚାର ଦ୍ୱାରା ଆକର୍ଷଣୀୟ ତ୍ୱଚା ପାଇପାରିବେ…ଜାଣନ୍ତୁ କିପରି?

କଦଳୀ ଓ ଅମୃତଭଣ୍ଡା ପ୍ୟାକ୍‌: ଏକ ୨ ବଡ଼ ଚାମଚ ପାଚିଲା ଅମୃତଭଣ୍ଡା ପେଷ୍ଟ, ୧ ଚାମଚ ପାଚିଲା କଦଳୀ ପେଷ୍ଟ, ୫-୭ଟି ବାଦାମର ପେଷ୍ଟ, ଅଧା ଚାମଚ ଆଲୋଭେରା ଜେଲ୍‌, ଅଳ୍ପ ମହୁକୁ ଭଲଭାବେ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦-୨୫ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ପାଣିରେ ଧୋଇଦିଅନ୍ତୁ। ଏହି ପ୍ୟାକ୍‌କୁ ସପ୍ତାହରେ ଥରେ କିମ୍ବା ୨ଥର ଲଗାନ୍ତୁ, ଦେଖିବେ ଖରାରେ ସିଝିବା ଭଳି ଦେଖାଯାଉଥିବା ସ୍କିନ୍‌ ପୁଣି ଗ୍ଲୋ କରିବ। ତା’ଛଡ଼ା ଏହି ପ୍ୟାକ୍‌ ଲଗାଇଲେ ରିଙ୍କିଲ୍‌ ମାର୍କ, କଳାଦାଗ, ଛାଇ ପଡ଼ିବା ଭଳି ଦାଗ ଆଦି ଦୂରହୋଇଯିବ।

କମଳା ଚୋପା ଓ ଆଲୋଭେରା ଜେଲ୍‌ ପ୍ୟାକ୍‌: ଏକ ପାତ୍ରରେ ୧ ଚାମଚ କମଳା ଚୋପା ପାଉଡର, ଅଧା ଚାମଚ ଆଲୋଭେରା ଜେଲ୍‌ ଏବଂ ଅଳ୍ପ ମୁଲତାନୀ ମାଟି ନେଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦-୧୫ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏହା ସନ୍‌ ଟ୍ୟାନ୍‌ ଦୂରକରିବା ସହ ସ୍କିନ୍‌ ଟୋନ୍‌ ବଢ଼ାଇବାରେ ସାହାଯ୍ୟ କରିବ।

ରୋଜ୍‌ ପ୍ୟାକ୍‌: କିଛି ଗୋଲାପଫୁଲର ପାଖୁଡ଼ାକୁ ପେଷ୍ଟ କରିଦିଅନ୍ତୁ। ୧ ଚାମଚ ଏହି ପେଷ୍ଟ ସହ ୨-୩ ଚାମଚ କଞ୍ଚାକ୍ଷୀର, ୪-୫ ବୁନ୍ଦା ମହୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫-୨୦ ମିନିଟ୍‌ ରଖିବା ପରେ ପାଣିରେ ଧୋଇଦିଅନ୍ତୁ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ବ୍ରଣ ଦାଗ ଆଦି ସମସ୍ୟା ଦୂରକରିବ।