ବିଶ୍ୱର ଶ୍ରେଷ୍ଠ ୧୦ ମିଠା ମଧ୍ୟରେ ରସ ମଲାଇ 

ବିଶ୍ୱର ଶ୍ରେଷ୍ଠ ୧୦ ମିଠା ମଧ୍ୟରେ ରସ ମଲାଇ 

ଆମ ଦେଶରେ ବିଭିନ୍ନ ଖାଦ୍ୟ ମଧ୍ୟରୁ ମିଠାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏସବୁ ମିଠା ମଧ୍ୟରେ ରସଗୋଲା, ଛେନାପୋଡ଼, ରସ ମଲାଇ, ଛେନା ଝିଲ୍ଲୀ ଅନ୍ୟତମ। ନିକଟରେ ବିଶ୍ୱର ପ୍ରିୟ ମିଠାର ଏକ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ରସ ମଲାଇ ଦ୍ୱିତୀୟ ସ୍ଥାନରେ ରହିଛି।

ଲୋକପ୍ରିୟ ଫୁଡ୍ ଗାଇଡ୍ ଟେଷ୍ଟ୍ ଆଟଲାସ୍ '୧୦ ଶ୍ରେଷ୍ଠ ଛେନାରେ ତିଆରି ମିଠା'ର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବିଶ୍ୱର ବିଭିନ୍ନ ଦେଶର ସୁଆଦିଆ ୧୦ ପ୍ରକାରର ମିଠା ସ୍ଥାନ ପାଇଛି। ଏଥିରେ ପ୍ରଥମ ସ୍ଥାନରେ ପୋଲାଣ୍ଡର ସେର୍ନିକ୍ ମିଠା ଥିବାବେଳେ ଦ୍ୱିତୀୟରେ ରହିଛି ଭାରତର ରସ ମଲାଇ। ପଶ୍ଚିମବଙ୍ଗର ମିଠା ଭାବେ ପରିଚୟ ପାଇଥିବା ରସ ମଲାଇ ସାଧାରଣତଃ କ୍ଷୀର ଏବଂ ଛେନାରେ ପ୍ରସ୍ତୁତ କରାଯାଏ। ଏହି ମିଠାକୁ ୪.୪ ଷ୍ଟାର୍ ମିଳିଥିବା ବେଳେ ପୋଲାଣ୍ଡର ସେର୍ନିକକୁ ୪.୫ ଷ୍ଟାର୍ ମିଳିଛି। ପୋଲାଣ୍ଡର ସେର୍ନିକ୍ ଅଣ୍ଡା, ଚିନି ଏବଂ ତ୍ୱରୋଗରେ ପ୍ରସ୍ତୁତ