ତିନି ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ : ମହାପ୍ରଭୁଙ୍କ ପଇତାଲାଗି ନୀତି ସୋମବାର ସମ୍ପନ୍ନ ହେବ । ଠାକୁରଙ୍କ ଶ୍ରିୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ହେଉଥିବା ସେବାୟତମାନେ କୁହନ୍ତି । ପାଟବସ୍ତ୍ରକୁ ପଇତା ଭଳି ବଳାଯାଇ ଦାରୁଦେବତାଙ୍କ ଶ୍ରୀଅଙ୍ଗରେ ଲାଗି ହୁଏ ।
ଏହି ସ୍ୱତନ୍ତ୍ର ନୀତି ପାଇଁ ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ତିନି ଘଣ୍ଟା ବନ୍ଦ ରହିବାର ସମ୍ଭାବନା ରହିଛି । ନୀତି ସରିବା ପରେ ଠାକୁରଙ୍କ ମହାସ୍ନାନ ବଢିଲେ ପୁନଃ ଦର୍ଶନ ଆରମ୍ଭ ହେବ । ଦ୍ୱିତୀୟ ଭୋଗ ମଣ୍ଟପ ନୀତି ସରିଲା ପରେ ପଇତାଲାଗି ନୀତି ହେବ । ଦଇତାପତି ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରି ସେବା ସମ୍ପନ୍ନ କାରିବେ ।




admin 