ମା’କୁ ସମ୍ମାନ ଆହ୍ୱାନ” ପ୍ରତାରଣ ପୂର୍ଣ୍ଣ : କଂଗ୍ରେସ ସଭାପତି
ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଓ ଗିରଫଦାରୀ ଦାବିରେ ମାଷ୍ଟରକ୍ୟାଂଟିନ ଛକଠାରେ ବିକ୍ଷୋଭ କରାଯାଇଥିଲା । ପ୍ରଦେଶ କଂଗ୍ରେସ ଭବନରୁ ଏକ ରାଲି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇ ଏକଘଂଟା କାଳ ରାସ୍ତା ଅବରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କର “ମା’କୁ ସମ୍ମାନ ଆହ୍ୱାନ” ପ୍ରତାରଣ ପୂର୍ଣ୍ଣ । ୨୩ ବର୍ଷର ଶାସନରେ ଶାସକ ଦଳର ବିଧାୟକ ମନ୍ତ୍ରୀ, ସାଂସଦ ଓ ନେତାମାନେ ବହୁ ମହିଳା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଂପୃକ୍ତ ଥିବାବେଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଘଂଟ ଘୋଡାଉଛନ୍ତି ।
ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସିଧାସଳଖ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ନେଇ ଥାନାରେ ଏତଲା ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ପୂର୍ବତନ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ମମିତା ମେହେର ହତ୍ୟାଘଟଣାର ସଂପୃକ୍ତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘଂଟ ଘୋଡାଇ ଦେଲେ । ବେବିନା, ଇତିଶ୍ରୀ, ମାଧବୀଲତା, ପରୀ, କୁନ୍ଦୁଲି ଛାତ୍ରୀ ଠାରୁ ଆରମ୍ଭ କରି ମମିତା ମେହେର ପର୍ଯ୍ୟନ୍ତ କୌଣସି ଘଟଣାରେ ପୀଡିତା ମହିଳାର ପରିବାରକୁ ନବୀନ ସରକାର ନ୍ୟାୟ ଦେଲେ ନାହିଁ । ସୁତରାଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ମଧ୍ୟ ସୁରକ୍ଷା ଦେବାପାଇଁ ଚକ୍ରାନ୍ତ ଚାଲିଛି । ପୀଡିତା ମହିଳା ଉପରେ ଚାପ ପକାଯାଉଛି । ମନ୍ତ୍ରୀଙ୍କର ଅପରାଧକୁ ସରକାର ଧରିବେ ନାହିଁ । ଏଣୁ ଭୁବନେଶ୍ୱର ଜିଲ୍ଲା, ଭୁବନେଶ୍ୱର ଛାତ୍ର କଂଗ୍ରେସ, ଭୁବନେଶ୍ୱର ମହିଳା କଂଗ୍ରେସ ମିଳିତ ଭାବେ ମାନ୍ୟବର ହାଇକୋର୍ଟଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଘଟଣାର ଏସଆଇଟି ତଦନ୍ତ ଦାବି କରୁଛି । ଏଥିସହ ମନ୍ତ୍ରୀଙ୍କର ତୁରନ୍ତ ଇସ୍ତଫା ଓ ଗିରଫଦାରୀ ମଧ୍ୟ ଦାବି କରୁଛି ।
କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଅଶୋକ ଦାସ, ଗୀତାଞ୍ଜଳି ମହାନ୍ତି, ଦୀପକ ମହାପାତ୍ର, ରଣଜିତ ପାତ୍ର, ରଣଜିତ ସେନାପତି, ସାଗର ପଟ୍ଟନାୟକ, ନଳୀନିକାନ୍ତ ନାୟକ, ଅଖିଳେଷ ଯାଦବ, ସମୀର ରାଉତ, ଉଦିତ ପ୍ରଧାନ, ଆର୍ଯ୍ୟାନ ସାସମଲ, ବିଶ୍ୱଭୂଷଣ ମହାପାତ୍ର, ପ୍ରଭାବତି ପଟ୍ଟନାୟକ, ପୁଷ୍ପତା ଦାଶ, ଚୈତାଳି ପଟ୍ଟନାୟକ, କୁସୁମ ପ୍ରଧାନ, ଆଶିଷ ମଲ୍ଲିକ, ପ୍ରଶନ୍ନ ନାୟକ, ଦେବରାଜ ମିଶ୍ର, ସୌମେନ୍ଦ୍ର ମହାନ୍ତି, ପ୍ରଭାତ ପ୍ରତାପ ସିଂ, ସ୍ପନ୍ଦନ ସ୍ୱାଇଁ, ମାନସ ସେଠୀ, ଶୁଭ୍ରଜ୍ୟୋତି ଲେଙ୍କା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।




admin 