ଟ୍ରେନରେ କଟି ଚାଲିଗଲା ଜୀବନ

ଟ୍ରେନରେ କଟି ଚାଲିଗଲା ଜୀବନ

କେନ୍ଦୁଝର : ଟ୍ରେନ୍‌ରେ କଟି ଯୁବକ ମୃତ। କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସିଲିସୁଆଁ ରେଲୱେ ଫାଟକ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି।

ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ରବିବାର ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରେ ମୋବାଇଲ୍, ସାକେଲ୍ ଓ ଚପଲ ପଡି ରହିଛି। ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।