ଦୂର ହେବ ବାସ୍ତୁଦୋଷ : ଫେଙ୍ଗ୍‌ସୁଇ ପିରାମିଡ୍‌

ଦୂର ହେବ ବାସ୍ତୁଦୋଷ : ଫେଙ୍ଗ୍‌ସୁଇ ପିରାମିଡ୍‌

ଚୀନ୍‌ ବାସ୍ତୁଶାସ୍ତ୍ର ଫେଙ୍ଗ୍‌ସୁଇ ଅନୁଯାୟୀ, ଏଭଳି କିଛି ବସ୍ତୁ ରହିଛି, ଯାହାକି ନକାରାତ୍ମକ ଶକ୍ତିକୁ ସକାରାତ୍ମକ ଶକ୍ତିରେ ପରିବର୍ତ୍ତନ କରିଥାଏ। ଏହା ଦ୍ବାରା ଅନେକ ସମସ୍ୟା ଦୂର ହୋଇ ଘରେ ସୁଖସମୃଦ୍ଧି ଆସେ। ଫେଙ୍ଗ୍‌ସୁଇ ପିରାମିଡ୍‌ର ଅନେକ ମହତ୍ତ୍ବ ରହିଛି। ତେବେ ପିରାମିଡ୍‌କୁ ସଠିକ୍‌ ଦିଗରେ ରଖିବା ଆବଶ୍ୟକ। ନଚେତ୍ ଏହା ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରେ। ଘରେ ପିରାମିଡ୍‌ ରଖୀବାର ନିୟମ ଏବଂ ଏହା ଦ୍ବାରା କେଉଁସବୁ ସମସ୍ୟା ଦୂର ହୋଇଥାଏ, ଆସନ୍ତୁ ଜାଣିବା… 

ଘରେ ଧାତୁ କିମ୍ବା କାଠ ନିର୍ମିତ ପିରାମିଡ୍‌ ରଖୀପାରିବେ। ଏହା ବାସ୍ତୁଦୋଷ ଦୂର କରିଥାଏ। ପିଲାଙ୍କ ପଢ଼ାଘରେ କିମ୍ବା ପଢ଼ା ଟେବୁଲ୍‌ ଉପରେ ପିରାମିଡ୍‌ ରଖୀପାରିବେ। ଏହାଦ୍ବାରା ଏକାଗ୍ରତା ସୃଷ୍ଟି ହୋଇଥାଏ ଏବଂ ଶିକ୍ଷା କ୍ଷେତ୍ରରେ ପିଲାଙ୍କର ବିକାଶ ହୋଇଥାଏ। ଶତ୍ରୁ ସମସ୍ୟା ଥିଲେ, ପିରାମିଡ୍‌କୁ ଘରର ଦକ୍ଷିଣ ଦିଗରେ ରଖୀପାରିବେ। ଏହାଦ୍ବାରା ଆଇନଗତ ମାମଲାରେ ମଧ୍ୟ ବିଜୟ ହାସଲ ହୋଇଥାଏ।

ପିରାମିଡ୍‌ ସମ୍ପର୍କରେ କୁହାଯାଏ ଯେ, ଏହା ଉପରେ ଯଦି କୌଣସି ଜିନିଷ ରଖାଯାଏ, ତାହାର ଗୁଣରେ ପରିବର୍ତ୍ତନ ଆସିଥାଏ। ପାଚନ ଶକ୍ତି ଦୁର୍ବଳ ଥିଲେ ପାଣି ଗ୍ଲାସ୍‌ ଉପରେ ପିରାମିଡ୍‌ ରଖୀବା ଉଚିତ। କିଛି ସମୟ ପରେ ସେହି ପାଣିକୁ ପିଇବା ଦ୍ବାରା ପାଚନ ଶକ୍ତି ବୃଦ୍ଧି ହୁଏ। ଘରର ପୂର୍ବ ଦିଗରେ ପିରାମିଡ୍‌ ରଖୀବା ଦ୍ବାରା ଯଶକୀର୍ତ୍ତି ବୃଦ୍ଧି ପାଇଥାଏ। ଘରେ କାହାର କୌଣସି ବଦଭ୍ୟାସ ଥିଲେ, ତାହାକୁ ଦୂର କରିବା ପାଇଁ ଘରେ ପିରାମିଡ୍‌ ରଖୀବା ଲାଭଦାୟକ ହୋଇଥାଏ।