ଧନତେରାସ ପୂର୍ବରୁ ହ୍ରାସ ପାଇଲା ସୁନା ଓ ରୁପା ଦର

ଧନତେରାସ ପୂର୍ବରୁ ହ୍ରାସ ପାଇଲା ସୁନା ଓ ରୁପା ଦର

କିଛିଦିନ ହେବ ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର ହ୍ରାସ ପାଇଛି। ଯଦି ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୬, ୫୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ  ୧୦ ଗ୍ରାମ ପ୍ରତି ୫୯୯୯୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ  ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ  ସୁନାଦର ୬୧,୬୪୦ ଟଙ୍କା ରହିଛି। 

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି। ଯେମିତି କି ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୫୦୦ଟଙ୍କା ଓ ୬୧,୬୪୦ ଟଙ୍କା ଥିବା ବେଳେ ନୂଆଦିଲ୍ଲୀରେ ଏହା ୫୬,୬୫୦ ଟଙ୍କା ଓ ୬୧,୭୯୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୫୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ  ସୁନା ମୂଲ୍ୟ ଦଶ୧୦ ଗ୍ରାମ ପ୍ରତି ୬୨,୩୫୦ ଟଙ୍କା ଥିବା ରେକର୍ଡ ହୋଇଛି । ଏଥିସହିତ  କୋଲକାତାରେ ୨୨ କ୍ୟାରେଟ ସୁନା ମୂଲ୍ୟ ୫୬,୫୦୦ ଟଙ୍କା ଓ ୨୪ କ୍ୟାରେଟ  ସୁନା ମୂଲ୍ୟ ୬୧,୬୪୦ ଟଙ୍କା ରହିଛି। ସେହିପରି ସେପ୍ଟେମ୍ବର ୮ ତାରିଖରେ ରୁପା ମୂଲ୍ୟ ୧ କିଲୋଗ୍ରାମ  ପ୍ରତି ୭୦୦ଟଙ୍କା ହ୍ରାସ ପାଇଛି। ଏହି ମୂଲ୍ୟ ହ୍ରାସ ପାଇବା ଫଳରେ ପ୍ରତି ୧ କିଲୋଗ୍ରାମ ରୁପା ମୂଲ୍ୟ ୭୫,୦୦୦ଟଙ୍କା ରେକର୍ଡ ହୋଇଛି।