ମୂଲ୍ୟାୟନ ହେବ 5Tର କାର୍ୟ୍ୟଦକ୍ଷତା, ଡାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟା ଏବଂ ଆନାଲିଟିକ୍ସ- ପରିଚାଳିତ ପ୍ଲାଟଫର୍ମ ରାଜ୍ୟ ଡାସବୋର୍ଡ ଲୋକାର୍ପିତ ହୋଇଛି। ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ତଦାରଖ ଏବଂ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ। ରାଜ୍ୟ ଡାସବୋର୍ଡରେ ୩ଟି ପ୍ରମୁଖ ବର୍ଗ ରହିଛି। ଯଥା- ମୁଖ୍ୟମନ୍ତ୍ରୀ ଡାସବୋର୍ଡ, ବିଭାଗ ଡାସବୋର୍ଡ ଏବଂ ପ୍ରଶାସନିକ ପଦକ୍ଷେପ ତଦାରଖ ପୋର୍ଟାଲ। ଏହି ବ୍ୟବସ୍ଥା ଦ୍ଵାରା 5T ଭିତ୍ତିରେ ବିଭିନ୍ନ ପ୍ରଶାସନିକ ବିଭାଗର କାର୍ୟ୍ୟଦକ୍ଷତା ମୂଲ୍ୟାୟନ ହେବ। ଏହି ଡାସବୋର୍ଡର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି KPIs (Key Performance Indicators)ପ୍ରଦର୍ଶନ ମୂଲ୍ୟାଙ୍କନ ବ୍ୟବସ୍ଥା ଏବଂ କାର୍ୟ୍ୟର ଅଗ୍ରଗତି ଦର୍ଶାଉଥିବା
ଏକ ଭିଜୁଆଲ ଡିସପ୍ଲେ; ଯାହା ସମୟୋଚିତ ପଦକ୍ଷେପ ନେବାରେ ବେଶ ସହାୟକ ହେବ। ବର୍ତ୍ତମାନ ଏଥିରେ ୩୦ ଟି ଭିନ୍ନ ଭିନ୍ନ ଡାସବୋର୍ଡ ମାଧ୍ୟମରେ ୧୬ ଟି ବିଭାଗ ଯୋଡ଼ି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅଧିକ ବିଭାଗକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ରହିଛି। ବିଭାଗଗୁଡ଼ିକର କାର୍ୟ୍ୟଦକ୍ଷତା ଏବଂ ସେମାନଙ୍କ ଦ୍ଵାରା ପରିଚାଳିତ ଯୋଜନାଗୁଡ଼ିକର ମୂଲ୍ୟାୟନ କରିବା ପାଇଁ ଏଥିରେ ଭିଜୁଆଲାଇଜେସନ୍ ଏବଂ ଆଡଭାନ୍ସଡ ଆନାଲିଟିକ୍ସର ବ୍ୟବହାର କରାଯାଇଛି। ରାଜ୍ୟ ଡାସବୋର୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ ଡାସବୋର୍ଡ ରହିଛି। ଲୋକଙ୍କ ସୁବିଧା ପାଇଁ ଏଥିରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି।




admin 