ଡବଲ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁଡ୍ ଗଭର୍ଣ୍ଣାସ୍ ଗୁରୁତ୍ୱପୂର୍ଣ୍ଣ: ନବୀନ
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ପରେ ବିରୋଧୀଙ୍କୁ କଡ଼ା ସମାଲୋନା କରିଛନ୍ତି ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଶଙ୍ଖ ଭବନରେ ସେ ଝାରସୁଗୁଡ଼ା ବିଜୟ ଉତ୍ସବରେ ଯୋଗଦେଇ ସେ କହିଛନ୍ତି, ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଲୋକଙ୍କ ଦୃଷ୍ଟିରେ ସରକାର ଗୁରୁତ୍ୱପୂର୍ଣ୍ଣ। ଗୁଡ୍ ଗଭର୍ଣ୍ଣାସ୍ ଓ ପ୍ରୋ ପିପୁଲ ଗଭର୍ଣ୍ଣାନ୍ସ ସଦାବେଳେ ଜିତେ। ଯେଉଁମାନେ ଓଡ଼ିଶାର ଲୋକଙ୍କୁ ଅସମ୍ମାନ କରିବେ ଓ ସେମାନଙ୍କୁ ଲ’ ଲେସ୍ କୁହାଯିବ। ସେମାନେ ଆମ ରାଜ୍ୟ ବିରୋଧରେ କାମ କରୁଛନ୍ତି ବୋଲି ବୁଝିବାକୁ ହେବ। ଯେଉଁମାନେ ଆମର ଭଉଣୀ, ମା’ ଓ ଝିଅମାନଙ୍କୁ ଅସମ୍ମାନ କରୁଛନ୍ତି, ସେମାନେ ଲୋକଙ୍କ ବିରୋଧରେ କାମ କରୁଛନ୍ତି। ସେମାନଙ୍କୁ ଓଡ଼ିଶାର ଲୋକେ କ୍ଷମା ଦେବେନି।
ପଦ୍ମପୁର ଉପନିର୍ବାଚନ ବେଳେ ବିରୋଧୀ ଦଳ ଆମ ମା’ ମାନଙ୍କୁ ଅସମ୍ମାନ କରିଥିଲେ। ମହିଳା ପ୍ରାର୍ଥୀଙ୍କୁ ଖରାପ ଭାଷାରେ ଗାଳି କରିଥିଲେ। ସେହିପରି ଝାରସୁଗୁଡ଼ାରେ ସେମାନେ ବାପାଙ୍କୁ ହରାଇଥିବା ଝିଅକୁ ଗାଳି କରିଥିଲେ। ପ୍ରତ୍ୟେକ ଉପନିର୍ବାଚନରେ ସେମାନେ ମିଶନ ଶକ୍ତିର ନେତ୍ରୀ ତଥା ତଳସ୍ତରରେ କାମ କରୁଥିବା ମା’ମାନଙ୍କୁ ସମାଲୋଚନା କରୁଛନ୍ତି। ଏହାର ସାକ୍ଷୀ ଓଡ଼ିଶା ଇତିହାସ ଓ ଓଡ଼ିଶା ଲୋକେ। ଓଡ଼ିଶାବାସୀ ଏଭଳି ଅସମ୍ମାନକୁ କେବେ ବି ବରଦାସ୍ତ କରିନାହାନ୍ତି।
ଆମର ଝିଅମାନେ ଆମର ଗର୍ବ। ବିଜେଡି ସବୁବେଳେ ସାଧାରଣ ଜୀବନରେ ଝିଅମାନଙ୍କ ଯୋଗଦାନକୁ ଉତ୍ସାହ ଦେଇ ଆସିଛି। ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ପ୍ଲାଟଫର୍ମ ମିଶନ ଶକ୍ତି ଯୋଗାଇ ଦେଇଛନ୍ତି। ହାଣ୍ଡିଶାଳ ଚାରିକାନ୍ଥ ଭିତରୁ ସେମାନଙ୍କୁ ବାହାରକୁ ଆଣି ମିଶନ ଶକ୍ତି ଜରିଆରେ ସଶକ୍ତ କରିଛି।
ମିଶନ ଶକ୍ତି ତାର ଆଦର୍ଶରେ ବିଶ୍ୱାସ କରେ। ବିରୋଧୀ ଦଳ ସର୍ବଦା ମହିଳାଙ୍କ ସଶକ୍ତିକରଣକୁ ବିରୋଧ କରିଆସିଛି। ଏହା ଏକ ବିପଦପୂର୍ଣ୍ଣ ବିଷୟ। ଓଡ଼ିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପାସନ୍ଦ କରିଆସିଛନ୍ତି ଓ ପ୍ରତ୍ୟାକ୍ଷାନ କରିଛନ୍ତି ବୋଲି ନବୀନ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି।




admin 