ଛତୁର ଖାଉଥିଲେ ସାବଧାନ

ଛତୁର ଖାଉଥିଲେ ସାବଧାନ

ଛତୁ ଖାଇବାକୁ ବହୁଲୋକ ପସନ୍ଦ କରିନ୍ତି । ନିୟମିତ ଛତୁ ଖାଉଥିଲେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି, ଡି, ପୋଟାସିୟମ୍‌, ତମ୍ବା, ଲୌହ ଏବଂ ସେଲେନିୟମ୍‌ ମିଳିଥାଏ । ଅନେକ ପ୍ରକାରର ଛତୁ ମିଳେ ଯାହାକୁ ଖାଇଲେ କ୍ଷତିକାରକ । ବେଳେବେଳେ ଭଲ ଏବଂ ଖରାପ ଛତୁ ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର ହୋଇଯାଏ । ତେବେ ଜାଣନ୍ତୁ କେଉଁ ସମୟରେ ଛତୁ ଖାଇବା ଉଚିତ୍‌ । ଯେଉଁମାନଙ୍କ ପେଟ ଜନିତ ସମସ୍ୟା ରହିଥାଏ ସେମାନେ ଛତୁ ଖୁବ କମ ଖାଆନ୍ତୁ । କାରଣ ଛତୁ ଖାଇବା ଦ୍ୱାରା ଯନ୍ତ୍ରଣା ଅଧିକ ହୋଇଥାଏ, ବାନ୍ତି ହୁଏ ଏବଂ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଯେଉଁମାନଙ୍କର ତ୍ୱଚା ସମସ୍ୟା ରହିଛି ସେମାନେ ଛତୁ ଖାଇବା ଅନୁଚିତ । ଏହାଦ୍ୱାରା ଲାଲ ପଡିଯିବା, କୁଣ୍ଡାଇ ହେବା ଓ ଦାଗ ପଡିଯାଏ । ଯେଉଁମାନେ ପ୍ରାୟତଃ ଥକ୍କା ଅନୁଭବ କରନ୍ତି, ସେମାନଙ୍କ ଲାଗି ଅଧିକ ଛତୁ ଖାଇବା କ୍ଷତିକାରକ ହୋଇପାରେ ।