ବୟସ୍କଙ୍କୁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ

ବୟସ୍କଙ୍କୁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ

ବୟସ୍କ ବ୍ୟକ୍ତିଙ୍କ ଅଧିକ ଯତ୍ନ ନେବାକୁ ହୋଇଥାଏ । ବୟସ ବଢ଼ିବା ସଙ୍ଗେ ସେମାନେ ଖାଇବା ପିଇବା କମାଇ ଦିଅନ୍ତି । ଫଳରେ ଶରୀରକୁ ଆବଶ୍ୟକ ହେଉଥିବା ଭିଟାମିନ୍‌ ଓ ପୋଷକତତ୍ତ୍ୱର ଅଭାବରୁ ସେମାନଙ୍କଠାରେ ରୋଗପ୍ରତିରୋଧକ ଶକ୍ତି କମ୍‌ ହୁଏ । ତେଣୁ ସୁସ୍ଥ ଶରୀର ଓ ମାଂସପେଶୀକୁ ମଜଭୁତ ରଖିବାକୁ ପ୍ରୋଟିନ୍‌, କ୍ୟାଲ୍‌ସିୟମ, ଭିଟାମିନ୍‌ ତଥା ଭରପୂର ମାତ୍ରାର ପୋଷକତତ୍ତ୍ୱ ଖାଦ୍ୟର ଆବଶ୍ୟକତା ପଡୁଥିବାରୁ ୬୫ ବର୍ଷ ପରେ ଆୟୁ ବୃଦ୍ଧି ପାଇଁ ଏହି ସବୁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଡାଲିଜାତୀୟ ପଦାର୍ଥ ଯଥା- ମୁଗ, ଚଣା, ହରଡ଼, ବିରି, କୋଳଥରେ ଅଧିକ ଭିଟାମିନ୍‌, ତନ୍ତୁଜାତୀୟ ଓ ପୋଷକତତ୍ତ୍ୱ ରହିଥିବାରୁ ନିୟମିତ ଏହାକୁ ଖାଇ ପାରିବେ । ଦୁଗ୍ଧ, ଦହି, ପନିରେ ଅଧିକ ପ୍ରୋଟିନ୍‌ ରହିଥାଏ । ନିୟମିତ ଖାଇଲେ ଅସ୍ଥି ଓ ମାଂସପେଶୀ ମଜଭୁତ ରୁହେ । ସୋୟାବିନ୍‌ରେ ଅଧିକ ପ୍ରୋଟିନ୍‌, ଭିଟାମିନ୍‌, ମିନେରାଲ ରହିଥିବାରୁ ଏହାକୁ ନିୟମିତ ଖାଦ୍ୟ ତାଲିକାରେ ସାମିଲ କରିପାରିବେ ।