ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ତେଜ ପତ୍ର

ସ୍ୱାସ୍ଥ୍ୟ ପାଇଁ  ଉପଯୋଗୀ ତେଜ ପତ୍ର

ତେଜପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହାର ପତ୍ର ଓ ଛେଲି ପେଟଫମ୍ପା, ଗନୋରିଆ, ଦାନ୍ତ ଅପରିଷ୍କାର ଆଦି ବିଭିନ୍ନ ରୋଗ ଦୂର କରିଥାଏ । ରକ୍ତ ଶର୍କରା ନିୟନ୍ତ୍ରଣ ପାଇଁ ତେଜପତ୍ର ବରଦାନ ସଦୃଶ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ହୃତପିଣ୍ଡକୁ ସୁସ୍ଥ ରଖିବା ସହ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରାଏ । ରକ୍ତ ଶର୍କରା ନିୟନ୍ତ୍ରଣ ପାଇଁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ନିର୍ଦ୍ଧିଷ୍ଟ ଅନୁପାତରେ ଦିନରେ ଦୁଇଥର ତେଜପତ୍ର ଗୁଣ୍ଡକୁ ପାଣିରେ ମିଶାଇ ପିଇପାରିବେ । ଥଣ୍ଡାଜନିତ ସମସ୍ୟାରୁ ଉପଶମ ପାଇଁ ନଖ ଉଷୁମ ପାଣିରେ ତେଜପତ୍ର ସହିତ ମହୁ ମିଶାଇ ପିଇବା ଦ୍ୱାରା କାଶ କମ୍‌ ହୁଏ ଓ ଗଳା ଯନ୍ତ୍ରଣାରୁ ଆରାମ ମିଳିଥାଏ । ୧୦ରୁ ୧୫ଟି ତେଜପତ୍ର ଫୁଟାଇ ସେହି ପାଣିରେ ଗାଧୋଇବା ଦ୍ୱାରା ଦେହହାତ କୁଣ୍ଡାଇହେବା ଭଲ ହୁଏ । ଏହାଦ୍ୱାରା ତ୍ୱଚାରେ ଉଜ୍ଜ୍ୱଳ ଆସେ ଓ ଅରୁଚି ସମସ୍ୟା ଦୂର ହୁଏ ।