ଫେରିବେ ଜଗା-କାଳିଆ !

ଫେରିବେ ଜଗା-କାଳିଆ !

ଫେରିବେ ଜଗା-କାଳିଆ !
ଭୁବନେଶ୍ୱର: ଦିଲ୍ଲୀ ଏମ୍ସରୁ ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆ ଓଡିଶା ଫେରିବାର ସମ୍ଭାବନା ରହିଛି । ଜଗା-କାଳିଆ ଓଡିଶା ଫେରିବା ନେଇ ଆଜି ନିଷ୍ପତି ହୋଇପାରେ । ଦିଲ୍ଲୀ ଏମ୍ସରେ ଡାକ୍ତରଙ୍କ ସହ ଓଡିଶାର ଡାକ୍ତର ଟିମ୍ ଆଲୋଚନା କରିବେ । ଏନଏଚଆରଏମ ନିର୍ଦ୍ଦେଶିକାଙ୍କ ସହ ଏମ୍ସ ଡାକ୍ତରଙ୍କ ଆଲୋଚନା ହେବ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏମସରୁ ଡିସଚାର୍ଜ ହେବା ପରେ କେଉଁ ହସପିଟାଲରେ ସେମାନଙ୍କୁ ଭର୍ତି କରାଯିବ ତାହା ଅନୁଧ୍ୟାନ କରାଯାଉଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରିବେ । ଓଡ଼ିଶାରୁ ୫ ଜଣିଆ ଡାକ୍ତରୀ ଟିମ ମଧ୍ୟ ଏମସ ଯାଇ ଆଲୋଚନା କରିବେ । ଫଳରେ ଉଭୟ ଓଡ଼ିଶା ଆସିଲେ ସେମାନଙ୍କର ଚିକିତ୍ସା ଠିକ ଭାବେ ହୋଇପାରିବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।